ETV Bharat / state

ଇଟିଭି ଭାରତ ପ୍ରଭାବ: ଦୁର ମାଝୀଙ୍କୁ ସାହାଯ୍ୟର ହାତ ବଢାଇଲେ ଡାକ୍ତର ବାବୁ - ଦୁମେରପଡାର ଅସହାୟ ଦୁର ମାଝୀ

ଦୁର ମାଝୀଙ୍କୁ ସାହାଯ୍ୟ କଲେ ଡାକ୍ତର ବାବୁ । ଦୁର ମାଝୀଙ୍କ ଦୁର୍ଦ୍ଦଶା ଖବର ଇଟିଭି ଭାରତରେ ଚଳିତ ସପ୍ତାହରେ ଖବର ପ୍ରସାରଣ ହୋଇଥିଲା । ଉକ୍ତ ଖବରରେ ପ୍ରଭାବିତ ହୋଇ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ଅନନ୍ଧା ଶଙ୍କର ଦାସ ମାନବିକତାର ପରିଚୟ ଦେଇଛନ୍ତି । ଅଧିକ ପଢନ୍ତୁ...

ଇଟିଭି ଭାରତ ପ୍ରଭାବ: ଦୁର ମାଝୀଙ୍କୁ ସାହାଯ୍ୟର ହାତ ବଢାଇଲେ ଡାକ୍ତର ବାବୁ

author img

By

Published : Jan 21, 2021, 12:18 PM IST

Updated : Jan 21, 2021, 3:24 PM IST

ନୂଆପଡା: ବୋଡେନ ବ୍ଲକ ଖଇରା ଗ୍ରାମ ଦୁମେରପଡାର ଅସହାୟ ଦୁର ମାଝୀଙ୍କ ଦୁର୍ଦ୍ଦଶା । ବୟସ ଅପରାହ୍ନରେ ମୁଣ୍ଡ ଉପରେ ପରିବାର ବୋଝ । ଯେଉଁଥିପାଇଁ ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଥିଲେ ସେ । ଘର ଛାତ ଭାଙ୍ଗି ଯାଇଥିବାବେଳେ, ସାହି ପଡିଶାଙ୍କ ସହାୟତାରେ ଭୋକ ମେଣ୍ଟାଉଛନ୍ତି ବୃଦ୍ଧା ଦୁର । ଏ ବିଷୟରେ ଇଟିଭି ଭାରତରେ ଚଳିତ ସପ୍ତାହରେ ଖବର ପ୍ରସାରଣ ହୋଇଥିଲା । ଉକ୍ତ ଖବରରେ ପ୍ରଭାବିତ ହୋଇ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ଅନନ୍ଧା ଶଙ୍କର ଦାସ ମାନବିକତାର ପରିଚୟ ଦେଇଛନ୍ତି ।

ଇଟିଭି ଭାରତ ପ୍ରଭାବ: ଦୁର ମାଝୀଙ୍କୁ ସାହାଯ୍ୟର ହାତ ବଢାଇଲେ ଡାକ୍ତର ବାବୁ

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ଅନନ୍ଧା ଶଙ୍କର ଦାସ ଆମ ନୂଆପଡା ସାମ୍ବାଦିକଙ୍କ ସହ ଦୁର ମାଝୀଙ୍କ ପାଖରେ ପହଞ୍ଚିଛନ୍ତି । ବ୍ୟକ୍ତିଗତ ଭାବରେ ଗୁରୁତର ପୁଅର ଚିକିତ୍ସା ଦାୟିତ୍ବ ନେବା ସହ ଆବଶ୍ୟକୀୟ ଔଷଧ ଦେଇ ସ୍ବାସ୍ଥ୍ୟ ଅବସ୍ଥା ବୁଝିଛନ୍ତି । ପରିଣତ ବୟସରେ ଦୁରଙ୍କର ମଧ୍ୟ ସ୍ବାସ୍ଥ୍ୟବସ୍ଥା ଠିକ ନାହିଁ ବୋଲି କହିଛନ୍ତି ଡାକ୍ତର ।ଏହାବ୍ୟତୀତ 2 ମାସର ରାସନ ସାମଗ୍ରୀ, ଶାଢୀ, କିଛି ଆର୍ଥିକ ସହାୟତା ପ୍ରଦାନକାରୀ ଡାକ୍ତର ଅନନ୍ଧା ଶଙ୍କର ଦାସ ମାନବିକତାର ପରିଚୟ ଦେଖାଇଛନ୍ତି । ଦୁରଙ୍କ ଦୁଃଖରେ ଦୁଃଖୀ ହୋଇ ସହାୟତା ଯୋଗାଇ ଦେବାପାଇଁ ବଦାନ୍ୟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Jan 21, 2021, 3:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.