ETV Bharat / state

Etv Bharat impact: ଖବର ପ୍ରସାରଣ ପରେ ଆସିଲା ସହଯୋଗ, 7ଦିନ ପରେ ବି ପ୍ରଶାସନର ଭାଙ୍ଗିନି ନିଦ ! - 7 ଦିନ ପରେ ବି ପ୍ରଶାସନର ନାହିଁ ନିଘା

ଲଗାଣ ବର୍ଷାରେ ଭାଙ୍ଗିଥିଲା ଘର । ବେସାହାର ହୋଇ ପଡୋଶୀ ଘରେ ଆସରା ନେଉଛି ପରିବାର । ଖବର ପ୍ରଶାସରଣ ପରେ ପହଞ୍ଚିଲା ଆମ ଆଦମୀ ପାର୍ଟି । ହେଲେ 7 ଦିନ ବିତି ଯାଇଥିଲେ ମଧ୍ୟ ଦେଖାନାହିଁ ପ୍ରଶାସନିକ ବାବୁଙ୍କ ଦର୍ଶନ । ଅଧିକ ପଢନ୍ତୁ

ଇଟିଭି ଭାରତର ମହାପ୍ରଭାବ
ଇଟିଭି ଭାରତର ମହାପ୍ରଭାବ
author img

By

Published : Aug 8, 2023, 5:51 PM IST

ଇଟିଭି ଭାରତର ମହାପ୍ରଭାବ

ନୂଆପଡା: ଇଟିଭି ଭାରତର ପ୍ରଭାବ । ଖବର ପ୍ରସାରଣ ପରେ ବର୍ଷା ବିପନ୍ନଙ୍କ ପାଖରେ ପହଞ୍ଚିଲା ନୂଆପଡା ଜିଲ୍ଲା ଆମ ଆଦମୀ ପାର୍ଟିର ୩ଜଣିଆ ପ୍ରତିନିଧି ଦଳ । ଅପରପକ୍ଷେ ସାତଦିନ ବିତିଯାଇଥିଲେ ସୁଦ୍ଧା ବର୍ଷାବିପନ୍ନଙ୍କ ପାଖରେ ନା ସ୍ଥାନୀୟ ପ୍ରଶାସନ ପହଞ୍ଚିଛି ନା ସରକରୀ ସୁବିଧା । ଯାହାକି ଦୁର୍ଭାଗ୍ୟର ବିଷୟ ପାଲଟିଛି ବିପନ୍ନଙ୍କ ପାଇଁ ।

ସୂଚନା ଅନୁଯାୟୀ, ନୂଆପଡା ଜିଲ୍ଲାରେ ଗତ ସପ୍ତାହେ ବ୍ୟାପି ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଥିଲା । ଅସହ୍ୟ ବର୍ଷାପାଣିର ଖଡ଼ିଆଳ ବ୍ଲକ ଚିଚେର ଗ୍ରାମର କଇଁରା କୈବର୍ତ୍ତଙ୍କ ଘର ଭୁଶୁଡି ଭାଙ୍ଗିପଡ଼ିଲା । ଖବର ପାଇ ପ୍ରଥମେ ଇଟିଭି ଭାରତ ଟିମ ଚିଚେର ଗ୍ରାମକୁ ଯାଇ କଇଁରା କୈବର୍ତ୍ତଙ୍କ ଦୁଃଖ ଯନ୍ତ୍ରଣାକୁ ଅନୁଧ୍ୟାନକରି ଖବର ପ୍ରସାରଣ କରିଥିଲା । ଯେଉଁଥିରେ ବର୍ଷା ବିପନ୍ନ କଇଁରା କୈବର୍ତ୍ତ ଏବଂ ସ୍ତ୍ରୀ ଖାଇବା ଖାଦ୍ୟ ଏବଂ ରହିବା ପାଇଁ ଘର ଖଣ୍ଡିକ ପାଇଁ ଆକୁଳ ନିବେଦନ କରିଥିଲା । ଏହାସହିତ କଇଁରା କୈବର୍ତ୍ତଙ୍କ 40ବର୍ଷୀୟା ଅବିବାହିତା ଝିଅକୁ ଭତ୍ତା ଏବଂ ରାସନ କାର୍ଡ ଯୋଗାଇଦେବାକୁ ପ୍ରଶାସନ ନିବେଦନ କରିଥିଲା ।

ଅଧିକ ପଢନ୍ତୁ: Ground Report: ଲଗାଣ ବର୍ଷା ଉଜଡି ଦେଲା ବାସ: ପର ଘରେ ମୁଣ୍ଡ ଗୁଞ୍ଜୁଛି ପରିବାର, ଶୁଣୁନି ପ୍ରଶାସନ !

ଖଡ଼ିଆଳ ବିଡ଼ିଓ ବିରସେନ ବେହେରା କହିଥିଲେ,‘‘ବନ୍ୟା ଏବଂ ବର୍ଷା ପ୍ରଭାବିତ ଲୋକଙ୍କୁ ସମସ୍ତ ସରକାରୀ ସହାୟତା ପ୍ରଦାନ କରାଯିବ । ସୁରକ୍ଷା ସହାୟତା ଯୋଗାଇଦେବା ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକଟି ଗ୍ରାମର କ୍ଷୟକ୍ଷତି ରୋପର୍ଟ ପ୍ରଦାନ କରିବାକୁ ସରପଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିବା ପରେ କ୍ଷୟକ୍ଷତି ଆକଳନ କରାଯାଇ ସହାୟତା ପ୍ରଦାନ କରାଯିବ ।’’

ହେଲେ କଇଁରା କୈବର୍ତ୍ତଙ୍କ ଘର ଭାଙ୍ଗି ସାତଦିନ ବିତିଯାଇଥିଲେ ଶୁଦ୍ଧା ଏଯାଏଁ କୌଣସି PRI ସଦସ୍ୟ କିମ୍ବା ଅଧିକାରୀ ପହଞ୍ଚି ପାରିଲେ ନାହିଁ । ଲୋକ ପ୍ରତିନିଧୀ ଠାରୁ ଆରମ୍ଭ କରି ସରକାରୀ ବାବୁଙ୍କ ଦେଖା ଦର୍ଶନ ନଥିବା ପରିବାର ଆଭିଯୋଗ କରିଛି। ସେପଟେ ଇଟିଭି ଭାରତରେ ଏସମ୍ପର୍କରେ ଖବର ପ୍ରସାରଣ ପରେ, ମଙ୍ଗଳବାର ନୂଆପଡା ଜିଲ୍ଲା ଆମ ଆଦମୀ ପାର୍ଟିର ୩ଜଣିଆ ପ୍ରତିନିଧି ଦଳ କଇଁରା କୈବର୍ତ୍ତଙ୍କ ପାଖକୁ ପହଞ୍ଚି ମାନବିକତାର ପରିଚୟ ଦେଇଛନ୍ତି । ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ତାଙ୍କ ସ୍ଥିତି ପରକ୍ଷୀଛନ୍ତି । କଇଁରାଙ୍କ ପରିବାରକୁ ସମସ୍ତ ସରକାରୀ ସାହାଯ୍ୟ ଯୋଗାଇବା ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛି ଦଳ । ଆଗକୁ ପ୍ରଶାସନ କେବେ ଚେଇଁ ଉଠୁଛି ଏବଂ କଇଁରା କୈବର୍ତ୍ତଙ୍କ ପରିବାରକୁ କେବେ ସହାୟତା ମିଳୁଛି, ତାରି ଉପରେ ଆମର ନଜର ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.