ETV Bharat / state

ନୂଆପଡା ଗସ୍ତରେ ଗଣଶିକ୍ଷା ମନ୍ତ୍ରୀ - ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ

ନୂଆପଡା ଗସ୍ତରେ ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଚଳିତ ମାସ ଫେବୃୟାରୀ 19 ତାରିଖରେ ହେବାକୁ ଥିବା ମାଟ୍ରିକ ବୋର୍ଡ ପରୀକ୍ଷା କିଭଳି ଭାବରେ ଶାନ୍ତି ଶୃଙ୍ଖଳା ଭାବରେ ପରିଚାଳିତ ହେବ ସେ ନେଇ ଗୁରୁତ୍ବାରୋପ କରିଛନ୍ତି ମନ୍ତ୍ରୀ । ଅଧିକ ପଢନ୍ତୁ...

aa
ନୂଆପଡା ଗସ୍ତରେ ଗଣଶିକ୍ଷା ମନ୍ତ୍ରୀ
author img

By

Published : Feb 10, 2020, 7:24 PM IST

ନୂଆପଡା: ଦିନିକିଆ ନୂଆପଡା ଗସ୍ତରେ ଆସିଛନ୍ତି ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏହି ଅବସରରେ ସେ ଖଡିଆଳ ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲା ଶିକ୍ଷା ବିଭାଗର ସମୀକ୍ଷା ବୈଠକ କରିଛନ୍ତି ।

ଚଳିତ ମାସ ଫେବୃୟାରୀ 19 ତାରିଖରେ ହେବାକୁ ଥିବା ମାଟ୍ରିକ ବୋର୍ଡ ପରୀକ୍ଷା କିଭଳି ଭାବରେ ଶାନ୍ତି ଶୃଙ୍ଖଳା ଭାବରେ ପରିଚାଳିତ ହେବ ତାହା ଉପର ଗୁରୁତ୍ୱାରୋପ କରିଛନ୍ତି ମନ୍ତ୍ରୀ । ଏହାସହ ନୂଆପଡା ଜିଲ୍ଲା ପ୍ରଶାସନ କେତେ ସଚେତନ ସେ ନେଇ ଆଲୋଚନା କରିଛନ୍ତି ମନ୍ତ୍ରୀ ।

ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ପରୀକ୍ଷା ସେଣ୍ଟରରେ ସିସିଟିଭି ଲଗାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିଭଳି ବିଗତ ବର୍ଷରେ ଜିଲ୍ଲାର ବୋଡେନ ବ୍ଲକ କରଙ୍ଗାମାଲ, ଏବଂ ଲିଟିସର୍ଗି ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଲିକ ହୋଇଥିଲା । ଫଳରେ ଗୋଟିଏ ସେଣ୍ଟରକୁ ବନ୍ଦ କରିବା ସହ ଅନ୍ୟ ସେଣ୍ଟରରେ ସିସିଟିଭି ଲଗାଯିବ ବୋଲି ମନ୍ତ୍ରୀ ଜଣାଇଛନ୍ତି।

ନୂଆପଡା ଗସ୍ତରେ ଗଣଶିକ୍ଷା ମନ୍ତ୍ରୀ

‘ମୋ ସ୍କୁଲ’ ଓ ରାମସା ଯୋଜନାକୁ ଗୁରୁତର ସହ ବିଭାଗ ନେଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଓଡିଶା ଆଦର୍ଶ ବିଦ୍ୟାଳୟ ହଷ୍ଟେଲ ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଛି । ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ । ଏହା ସହ ଶିକ୍ଷାର ସାମଗ୍ରିକ ବିକାଶ ଦିଗରେ ସରକାର ଗୁରୁତ୍ବ ଦେଉଛନ୍ତି । ଏହାପରେ ଖଡ଼ିଆଳ ବ୍ଲକ ଛକ ସ୍ଥିତ ଉତ୍କଳ ବନ୍ଧୁ ବିଦ୍ୟାଳୟକୁ ଯାଇ ମଧ୍ୟାନ୍ନ ଭୋଜନ ଖାଇବା ସହ ଖାଦ୍ୟର ମାନ ଠିକ ଥିବା କହିଛନ୍ତି ମନ୍ତ୍ରୀ ।

ଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା କୁ ଦିନିକୀଆ ଗ୍ରସ୍ତରେ ଆଜି ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆସି ଖଡ଼ିଆଳ ପଞ୍ଚାୟତ ସମିତି ସଭାଗୃହ ଠାରେ ଜ଼ୀଲ୍ଲା ଶିକ୍ଷା ବିଭାଗର ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ନୂଆପଡା ଜ଼ୀଲ୍ଲାପାଳ ମଧୁସ୍ମିତା ସାହୁ , ଜ଼ୀଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ,ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ସମେତ ଜ଼ୀଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଚଳିତ ମାସ ଫେବୃୟାରୀ 19 ତାରିଖ ରେ ହେବାକୁଥିବା ମାଟ୍ରିକ ବୋର୍ଡ ପରୀକ୍ଷା କିଭଳି ଭାବରେ ଶାନ୍ତି ଶୃଙ୍ଖଳା ଭାବରେ ପରିଚାଳିତ ହେବ ସେଥିପ୍ରତି ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏବଂ ନୂଆପଡା ଜ଼ୀଲ୍ଲା ପ୍ରଶାସନ କେତେ ସଚେତନ ତାଉପରେ ଆଲୋଚନାକରିଛନ୍ତି । ଜ଼ୀଲ୍ଲା ର ବିଭିନ୍ନ ସମ୍ବେଦନ ଶୀଳ ପରୀକ୍ଷା ସେଣ୍ଟରରେ cctv ଖଞ୍ଜା ଜୀବବୋଲି ମନ୍ତ୍ରୀ ଶୁଚନା ଦେଇଛନ୍ତି । ସେହିଭଳି ବିଗତ ବର୍ଷ ରେ ଜ଼ୀଲ୍ଲା ର ବୋଡେ଼ନ ବ୍ଲକ କରଙ୍ଗାମାଲ , ଏବଂ ଲିଟିସର୍ଗି ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନ ପତ୍ର ଲିକ ହୋଇଥିଲା
ତେଣୁ ଗୋଟିଏ ସେଣ୍ଟର କୁ ବନ୍ଧ କରିବାସହ ଅନ୍ୟ ସେଣ୍ଟରରେ cctv ଖଞ୍ଜା ଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ମୋ ସ୍କୁଲ , ରାମସା ଯୋଜନା କୁ ଗୁରୁତ୍ୱ ସହ ବିଭାଗ ନେଇଥିବା କହିଛନ୍ତି । ଓଡିଶା ଆଦର୍ଶ ବିଦ୍ୟାଳୟ ହଷ୍ଟେଲ ବ୍ୟବସ୍ଥା ଉପରେ ବିଷଦ ଆଲୋଚନା କରାଯାଇଛି , ଖୁବ ଶ୍ରୀଘ୍ର ସମସ୍ୟାର ସମାଧାନ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସର୍ବପରି ଶିକ୍ଷାର ସାମଗ୍ରିକ ବିକାଶ ଦିଗରେ ସରକାର ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଏହାପରେ ଖଡ଼ିଆଳ ବ୍ଲକ ଛକ ସ୍ଥିତ ଉତ୍କଳ ବନ୍ଧୁ ବିଦ୍ୟାଳୟ କୁ ଯାଇ mdm ଖାଦ୍ୟ ଖାଇଛନ୍ତି । ଏବଂ ଖାଦ୍ୟର ମାନ ଠିକ ଥିବା କହିଛନ୍ତି ।
Byte-ସମୀର ରଞ୍ଜନ ଦାସ (ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଓଡିଶା)Body:ସସConclusion:ସସସ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.