ନୂଆପଡା: ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ ପଜିଟିଭ ଚିହ୍ନଟ । ସ୍ବାସ୍ଥ୍ୟ କେନ୍ଦ୍ର ଲ୍ୟାବ ଟେକ୍ନିସିଆନ କୋଭିଡ ପଜିଟିଭରେ ଆକ୍ରାନ୍ତ ଥିବା ସୂଚନା । ଟେକ୍ନିସିଆନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ସ୍ବାବ ସଂଗ୍ରହ କରାଯାଉଛି ।
କୋରୋନା ପଜିଟିଭ ଟେକ୍ନିସିଆନଙ୍କୁ ନୂଆପଡା କୋଭିଡ କେୟାର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଟେକ୍ନିସିଆନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଡାକ୍ତର,ନର୍ସ,ଫାର୍ମାସିଷ୍ଟ, ପାରା ମେଡିକାଲ କର୍ମଚାରୀଙ୍କ ସ୍ବାବ ସଂଗ୍ରହ କରାଯାଇଛି । ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାଭାବିକ ସ୍ଥିତିରେ ଥିବା ସମସ୍ତ ରୋଗୀଙ୍କୁ ଆବଶ୍ୟକୀୟ ଔଷଧ ଦେଇ ସ୍ବାସ୍ଥ୍ୟ କେନ୍ଦ୍ରରୁ ରିଲିଫ କରାଯାଇଛି । ଗୁରୁତର ରୋଗୀ କିମ୍ବା ଗର୍ଭବତୀ ମାଆ ମାନକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିବା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦୀନବନ୍ଧୁ ମହାନନ୍ଦ ସୂଚନା ଦେଇଛନ୍ତି । କିଛିଦିନ ପାଇଁ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁତର ଅବସ୍ଥାରେ ଆସିବା ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ । ସ୍ବାଭାବିକ ରୋଗୀଙ୍କୁ ଆବଶ୍ୟକୀୟ ଔଷଧ ଦେଇ ନିଜ ଗାଁକୁ ପଠାଇଦିଆଯିବ ବୋଲି କହିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ