ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି: ନୂଆପଡା ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲା ବିଜେପି - କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି । ନୂଆପଡା ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲା ବିଜେପି । ଅଧିକ ପଢନ୍ତୁ

ନୂଆପଡା ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲା ବିଜେପି

author img

By

Published : Feb 18, 2023, 12:51 PM IST

ନୂଆପଡା ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲା ବିଜେପି

ନୂଆପଡା: ''ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପାଇଁ ରାଜ୍ୟରେ ଅରାଜକତା ସୃଷ୍ଟି ହୋଇଛି । ବରିଷ୍ଠ ମନ୍ତ୍ରୀଙ୍କୁ ପୋଲିସ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରୁଛି । ବିଜେଡି ଶାସନରେ ରାଜ୍ୟବାସୀ ଅସୁରକ୍ଷିତ । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦିଅନ୍ତୁ ।'' ଏଭଳି ଦାବି କରି ଶୁକ୍ରବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ବରିଷ୍ଠ ବିଜେପି ନେତା ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ କୁମାର ପାଢୀ, ହୋମସିଂ ମାଝୀ, ପୃଥିରାଜ ମହାନ୍ତି ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇ ରାଜ୍ୟ ସରକାର ବିରୋଧରେ ନାରାବାଜି କରିଛନ୍ତି ।

ସାଂସଦ ବସନ୍ତ ପଣ୍ଡା ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ଯୋଗୁଁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ପୋଲିସ ଦିନ ଦ୍ବିପ୍ରହରରେ ଖୁଲମଖୁଲା ରାଜ୍ୟର ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରୁଛି । ବିଜୁ ଜନତା ଦଳ ଶାସନରେ ରାଜ୍ୟବାସୀ ସୁରକ୍ଷିତ ନାହାନ୍ତି । ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡରୁ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶଙ୍ଖଳା ସମ୍ପର୍କରେ ଜଣାପଡୁଛି । ମୁଖ୍ୟମନ୍ତ୍ରୀଙ୍କ ଅପରାଗତା ପାଇଁ ରାଜ୍ୟରେ ଅରାଜକତା ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ବରେ ଥାଇ ନୀରବଦ୍ରଷ୍ଟା ସାଜିଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କହିଛି ବିଜେପି । ଏନେଇ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବିଜେପି ନେତା କହିଛନ୍ତି, ନୂଆପଡା ଜିଲ୍ଲାରେ ମଧ୍ୟ ଅରାଜକତା ଚାଲିଛି । ଏଠାରେ ଅଫିସର ଶାସନ କରୁଛନ୍ତି । ବିଜେଡି ନେତା ଓ କର୍ମୀଙ୍କୁ ସୁହାଇବା ଭଳି କାମ କରାଯାଉଛି । ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି । ଚଞ୍ଚକତା କରି ଯୋଗ୍ୟ ହିତାଧିକାରୀକୁ ଆବାସ ଗୃହରୁ ବଞ୍ଚିତ କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଉଛି । ବିଜେଡି କର୍ମୀମାନଙ୍କ ନାଁ ଆବାସ ଗୃହ ଆସୁଛି । କିନ୍ତୁ ପକ୍କା ବାସଗୃହ ନଥିବା ଯୋଗ୍ୟ ହିତାଧିକାରୀ ବେସାହାରା ରହିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରାଗଲେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ନୂଆପଡା ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଜାତୀୟ ରାଜପଥ କଡରେ ଦେଶୀ ମଦ ଭାଟି, ବିଦେଶୀ ମଦ ଦୋକାନ ଛତୁ ଫୁଟିଲା ପରି ଦେଖାଯାଉଛି । ଫଳରେ ନିଶା ସେବନ କରି ଯୁବକମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଅକାଳରେ ଜୀବନ ହାରୁଛନ୍ତି । ଏଥିପ୍ରତି ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ଦେଉନାହାନ୍ତି । ରାଜ୍ୟ ସରକାର ସବୁ କ୍ଷେତ୍ରରେ ଫେଲ ମାରିଛନ୍ତି । ଏଥିପାଇଁ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଏହି ପରିପ୍ରେକ୍ଷୀରେ ନୂଆପଡା ବିଜେପି ବିରାଟ ରାଲିରେ ଏକତା ଛକ ଦେଇ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ କରିଛି । ଏହାସହିତ ସେଠାରେ ଦୀର୍ଘ ସମୟ ଧରି ଗଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ତେବେ ବିକ୍ଷୋଭ ପ୍ରଦର୍ଶନ ସମୟରେ ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ସ୍ଥିତି ଶାନ୍ତ ପଡିଥିଲା । ଆନ୍ଦୋଳନକାରୀ ଧାରଣାରେ ବସି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିବା ସହ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ । ସରକାର ଯଦି ସନ୍ତୋଷଜନକ ପଦକ୍ଷେପ ନ ନିଅନ୍ତି ତେବେ ରାଜ୍ୟବ୍ୟାପୀ ବିଜେପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.