ETV Bharat / state

ବିପଦଗ୍ରସ୍ତ ବେଉସା, ସଙ୍କଟରେ ସିନାପାଲି ବାନ୍ଧକଳା କାରିଗର - ନୂଆପଡା ବାନ୍ଧକଳା

ନୂଆପଡା ଜିଲ୍ଲାର ଉପାନ୍ତ ସିନାପାଲି ଅଞ୍ଚଳର ବାନ୍ଧଶିଳ୍ପୀ ଏବେ ନିରାଶ, ବାନ୍ଧକାମରୁ ମୁହଁ ଫେରାଇ ନେଲେଣି ବୁଣାକାର ପରିବାର । ଏବେ କେବଳ ରଙ୍ଗ କାମ କରି ପୋଷୁଛନ୍ତି କୁଟୁମ୍ବ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 24, 2020, 11:39 PM IST

ନୂଆପଡା: ସିନାପାଲିର ସୁପ୍ରସିଦ୍ଧ ବାନ୍ଧକଳା ଦିନକୁ ଦିନ ଲୋପ ପାଇବାକୁ ବସିଛି । ଦିନଥିଲା ସିନାପାଲିର ବାନ୍ଧ ସୋନପୁର, ବରଗଡ଼, ବଲାଙ୍ଗୀର,ପାଟଣାଗଡ଼,ସମ୍ବଲପୁର ଏଭଳିକି ରାଜ୍ୟର ଅନେକ ସହରର ବୁଣାକାର ମାନଙ୍କ ପାଖକୁ ରପ୍ତାନି ହେଉଥିଲା । ବାନ୍ଧକଳାରେ ନିର୍ମିତ ଅସଲି ପାଟ ଶାଢ଼ୀ 10 ରୁ 15 ହଜାର ମୂଲ୍ୟରେ ବିକ୍ରି ହେଉଥିବାବେଳେ, ବଜାର ର 5 ଶହ ଟଙ୍କିଆ ଛାପା ଶାଢ଼ୀ ଗ୍ରାସ କରିଛି ବାନ୍ଧ ପାଟ ଶାଢ଼ୀକୁ । ଅପରପକ୍ଷେ ବାନ୍ଧ କାରିଗର ଓ ବୁଣାକାର ମାନଙ୍କୁ ସରକାର ମଧ୍ୟ ଅଣଦେଖା କରିଥିବା କାରିଗର ମାନେ ଅଭିଯୋଗ କରିଛନ୍ତି । ଯାହାଫଳରେ ସିନାପାଲିର ବାନ୍ଧ କାରିଗର ବାଧ୍ୟହୋଇ ବାନ୍ଧକଳାକୁ ବନ୍ଦ କରି ଏବେ ରଙ୍ଗ କାମ କରୁଥିବା କହିଛନ୍ତି ।

ବିପଦଗ୍ରସ୍ତ ବେଉସା, ସଙ୍କଟରେ ସିନାପାଲି ବାନ୍ଧ କଳା କାରିଗର

ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ 100କିଲୋମିଟର ଦୂରତା ଅବହେଳିତ ଉପାନ୍ତ ଇଲାକାରେ ଅବସ୍ଥିତ ସିନାପାଲି ସହର । ସହରରେ 80ପ୍ରତିଶତ ମେହେର ବା ତନ୍ତୀ ପରିବାର ରୁହନ୍ତି । କୌଳିକ ବୃତ୍ତି କହିଲେ ବାନ୍ଧକଳା ଓ ବୁଣାକାର କାମକରି ପେଟ ପୋଷନ୍ତି । ଏଠିକାର ବାନ୍ଧକଳା ଭାରତବର୍ଷରେ ବେଶ ନାଁ କରିପାରିଛି । କାରଣ ଏଠାରେ ସୁସଜ୍ଜିତ ଉଚ୍ଚ କୋଟିର ବାନ୍ଧ ତିଆରି ହେଉଥିଲା । ସେତେବେଳେ କାରିଗରମାନେ ମଧ୍ୟ ଭଲ ରୋଜଗାର କରି କୁଟୁମ୍ବ ଚଳାଉଥିଲେ । ସେହି ସୁପ୍ରସିଦ୍ଧ ବାନ୍ଧକଳା ଏବେ ଦିନକୁ ଦିନ ହଜିଯାଉଛି । ବାନ୍ଧ ସୂତାରେ ନିର୍ମିତ ଅରିପାଟ ଶାଢ଼ୀ 10 ରୁ 15ହଜାର ମୂଲ୍ୟ ପଡୁଥିବାବେଳେ, ସେହି ନମୁନାରେ ନିର୍ମିତ ନକଲି ଛାପା ଶାଢ଼ୀ 5ଶହ ଟଙ୍କାରେ ବଜାରରେ ମିଳୁଛି । ଗ୍ରାହକ ନକଲିରେ ପ୍ରଭାବିତ ହୋଇ ବାନ୍ଧ ସୂତାରେ ନିର୍ମିତ ପାଟ ଶାଢ଼ୀକୁ ମୁହଁ ମୋଡୁଛନ୍ତି । ଅପରପକ୍ଷେ ସରକାର ମଧ୍ୟ ବାନ୍ଧ କାରିଗରଙ୍କୁ ବଞ୍ଚାଇବାକୁ ଆଖିଦୃଶିଆ ପଦକ୍ଷେପ ନେଲେନାହିଁ । ଯାହା ଫଳରେ ବାନ୍ଧ କାରିଗର ବାଧ୍ୟହୋଉ ରଙ୍ଗକାମ କରି କୁଟୁମ୍ବ ଚଳାଉଛନ୍ତି ।

ସିନାପାଲି ସହରର ମଧୁସୂଦନ( ଓରଫ ବଡ ମେହେର) ଅଧୁବନ(ଓରଫ ସାନ ମେହେର) ଦୁଇଭାଇ ଅଜାବାପା ଅମଳରୁ ବାନ୍ଧକାମ କରି ନୂଆପଡା ଜିଲ୍ଲା ର ସୁନାମ ଅର୍ଜନ କରିଛନ୍ତି । ମନ ବୁଝାଇବାପାଇଁ ଏବେ ମଧ୍ୟ କମ ମାତ୍ରାରେ ବାନ୍ଧକାମ କରୁଛନ୍ତି । ହେଲେ ବାନ୍ଧ କାମରେ ପରିବାର ପ୍ରତିପୋଷଣ ହେଉନଥିବା କହିଛନ୍ତି ।

ସରକାର ବାନ୍ଧକଳା ପାଇଁ ପ୍ରୋତ୍ସାହନ ଯୋଗାଇଦେଲେ ଆଗକୁ ବାନ୍ଧ କାମ କରିବେ ବୋଲି କହିଛନ୍ତି ଏମାନେ । ବାନ୍ଧ କାରିଗରଙ୍କ ମନ କଥା ଅବଗତ କରିବାପାଇଁ ଜିଲ୍ଲା ଶିଳ୍ପ ଅଧିକାରୀ କହିଛନ୍ତି ଯେ, କୁଟୀର ଶିଳ୍ପ ବାନ୍ଧକଳା କାରିଗରଙ୍କୁ ଟେକ୍ସଟାଇ ବିଭାଗ ବୁଣାକାର ସୋସାଇଟି ଜରିଆରେ ତାଲିମ ପ୍ରଦାନକରୀ ସରକାରୀ ପ୍ରୋତ୍ସାହନ ଯୋଗାଇଦେଉଥିବା କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.