ETV Bharat / state

ବିଜୟନଗରମରେ ଫସିଥିବା 6 ପ୍ରବାସୀ ଓଡିଆ ଶ୍ରମିକ ଉଦ୍ଧାର ପାଇଁ କଲେ ନିବେଦନ

ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଆମଗୁଡା ଗାଁର 6 ଜଣ ପ୍ରବାସୀ ଓଡିଆ ଶ୍ରମିକ ତାମିଲନାଡୁରୁ ସାଇକେଲ ଯୋଗେ ଘରକୁ ଫେରିବାକୁ ଉଦ୍ୟମ କରିଥିଲେ । ଏବେ ସମସ୍ତେ ବିଜୟନଗରମରେ ପହଞ୍ଚିଥିବା ବେଳେ ସେମାନେ ଆଉ ସାଇକେଲ ଚଳାଇବାକୁ ସକ୍ଷମ ନାହାନ୍ତି । ତେଣୁ ସେମାନଙ୍କୁ ଉଦ୍ଧାର କରି ନିଜ ଗାଁ ନୂଆପଡା ପହାଞ୍ଚାଇବାକୁ ଶ୍ରମିକମାନେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ଜାରି କରିଛନ୍ତି ।

6 odia migrant workers trapped in Vijayanagaram
ବିଜୟନଗରମରେ ଫସିଥିବା 6 ପ୍ରବାସୀ ଓଡିଆ ଶ୍ରମିକ ଉଦ୍ଧାର ପାଇଁ କଲେ ନିବେଦନ
author img

By

Published : May 17, 2020, 7:08 PM IST

ନୂଆପଡା: ଲକଡାଉନ ପାଇଁ ଦେଶରେ ବିଭିନ୍ନ ପ୍ରାନ୍ତରେ ପ୍ରବାସୀ ଶ୍ରମିକ ଫସି ରହିଛନ୍ତି । ସରକାରଙ୍କ ପକ୍ଷରୁ ଏମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଆମଗୁଡା ଗାଁର 6 ଜଣ ପ୍ରବାସୀ ଓଡିଆ ଶ୍ରମିକ ତାମିଲନାଡୁରୁ ସାଇକେଲ ଯୋଗେ ଘରକୁ ଫେରିବାକୁ ଉଦ୍ୟମ ଆରମ୍ଭ କରିଥିଲେ ।

ବିଜୟନଗରମରେ ଫସିଥିବା 6 ପ୍ରବାସୀ ଓଡିଆ ଶ୍ରମିକ ଉଦ୍ଧାର ପାଇଁ କଲେ ନିବେଦନ

ଲକଡାଉନ କାରଣରୁ ଏହି ଶ୍ରମିକ ମାନଙ୍କୁ କମ୍ପାନୀ କାମରୁ ବାହାର କରି ଦେଇଥିଲା । ଦୀର୍ଘ 7 ଦିନ ହେବ ଏହି 6 ଶ୍ରମିକମାନେ ଦିନରାତି ସାଇକେଲ ଚଲାଇ ନୂଆପଡା ଅଭିମୁଖେ ବାହାରିଛନ୍ତି । ଏବେ ସମସ୍ତେ ବିଜୟନଗରମରେ ପହଞ୍ଚିଥିବା ବେଳେ ସେମାନେ ଆଉ ସାଇକେଲ ଚଳାଇବାକୁ ସକ୍ଷମ ନାହାନ୍ତି । କାରଣ ସେମାନଙ୍କ ପାଦ ଗୁଡିକ ଫୁଲି ଦରଜ ହୋଇଯାଇଛି । ତେଣୁ ସେମାନଙ୍କୁ ଉଦ୍ଧାର କରି ନିଜ ଗାଁ ନୂଆପଡା ପହାଞ୍ଚାଇବାକୁ ଶ୍ରମିକମାନେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ଜାରି କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.