ETV Bharat / state

ପାଟ୍ରୋଲିଂ ସମୟରେ 2ବାଇକ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

author img

By

Published : Oct 19, 2019, 11:25 PM IST

ପୋଲିସ ହାତରେ ଧରାପଡିଲେ 2 ବାଇକ ଲୁଟେରା । ଏଥିସହ 8ଟି ବାଇକ୍‌ ମଧ୍ୟ ଜବତ କରିଛି ପୋଲିସ ।

bike thief

ନୂଆପଡା: ଜଙ୍କ ଥାନା ପୋଲିସ ହାତରେ ଧରାପଡିଲେ 2ଜଣ ବାଇକ ଲୁଟେରା । ଗିରଫ 2ଜଣଙ୍କ ମଧ୍ୟରେ ଜଣେ ନାବାଳକ ଓ ଅନ୍ୟଜଣକ ହେଲେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନକା ଗାଁର ବିନୁ ଅଦା ।

ପୋଲିସ ହାତରେ ଧରାପଡିଲେ 2ବାଇକ ଲୁଟେରା

ଶୁକ୍ରବାର ମଧ୍ୟରାତ୍ରିରେ ଖରିଆରୋଡ ଥାନା ଆଇଆଇସି ଯୁଗଳ କିଶୋର ମଲ୍ଲିକ ସହରର ଇରାନୀ ସାହି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । ସେତେବେଳେ ଜଣେ ଅଜଣା ଯୁବକ ଗୋଟିଏ ବାଇକ ଧରି ଥିବା ଦେଖି ସେହି ଯୁବକ ଜଣଙ୍କୁ ପଚରାଉଚରା କରିଥିଲେ । ପରେ ଯୁବକ ଉପରେ ଅଧିକ ସନ୍ଦେହ ହୋଇଥିବାରୁ ଥାନାକୁ ଆଣି ତଦନ୍ତ କରିଥିଲେ । ସେଠାରୁ ଜଣାପଡିଲା ଯେ ଯୁବକ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନକା ଗାଁର । ସେ ଧରିଥିବା ମୋଟର ସାଇକଲ ଚୋରୀ କରି ଆଣିଥିଲେ ।

ବାଇକ ଚୋରି କରିବା ପାଇଁ ତାଙ୍କର ଆଠ ଜଣିଆ ଦଳ ରହିଥିବା ପୋଲିସକୁ ତଥ୍ୟ ମିଳିଛି । ପୋଲିସ ତଥ୍ୟ ଆଧାରରେ ବିଭିନ୍ନ ସ୍ଥାନରେ ଚଢାଉ କରି ଆଠ ଗୋଟି ମୋଟର ସାଇକେଲ ଜବତ କରିବା ସହ ଆଉ ଜଣେ ନାବାଳକକୁ ଅଟକ ରଖିଛି । ଶନିବାର ବାଇକ ଚୋର ବିନୁ ଅଦାକୁ କୋର୍ଟ ଚାଲାଣ କରିଥିବା ବେଳେ ନାବାଳକ ଅଭିଯୁକ୍ତକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ପୋଲିସ ।

ଖୁବ ଶୀଘ୍ର 6ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କୁମାର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ୍‌, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ଖାରିଆର ରୋଡ ଜ୍ୟୋଙ୍କ ଥାନା ପୋଲିସ ହାତରେ ଦୁଇଜଣ ବାଇକ ଚୋର ଗିରଫ ।ଗିରଫ ଚୋର ହେଉଛନ୍ତି ବଲାଙ୍ଗିର ଜ଼ୀଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନକା ଗାଁର ବିନୁ ଅଦା ଏବଂ ଅନ୍ୟଜଣେ ନାବାଳକ ବୋଲି ଜଣାପଡିଛି । ଶୁକ୍ରବାର ମଧ୍ୟରାତ୍ରି ରେ ଖରିଆର୍ରୋଡ ଥାନା ଆଇଆଇସି ଯୁଗଳ କିଶୋର ମଲ୍ଲିକ ସହର ର ଇରାନୀ ସାହି ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ । ସେତେବେଳେ ଜଣେ ଅଜଣା ଯୁବକ ଗୋଟିଏ ମୋଟର ସାଇକଲ ଧରି ରହିଥିଲେ । ଯୁବକ ଙ୍କ ଉପରକୁ ସନ୍ଦେହ କରି ଆଇଆଇସି ପଚରା ଉଚରା କରିଥିଲେ । ପରେ ଯୁବକ ଉପରେ ଅଧିକ ସନ୍ଦେହ ହୋଇଥିବା ରୁ ଥାନାକୁ ଆଣି ତଦନ୍ତ କରିଥିଲେ । ସେଠାରେ ଜଣାପଡିଲା ଯେ ଯୁବକ ବଲାଙ୍ଗୀର ଜ଼ୀଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନକା ଗାଁର ଅଟନ୍ତି । ସେ ଧରିଥିବା ମୋଟର ସାଇକଲ ଚୋରୀ କରି ଆଣିଥିଲେ । ଏବଂ ବାଇକ ଚୋରି କରିବା ପାଇଁ ତାଙ୍କର ଆଠ ଜଣିଆ ଡକାୟତ ଦଳ ଅଛି । ପୋଲିସ ଯୁବକ ଙ୍କୁ ଧରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଠ ଗୋଟି ମୋଟର ସାଇକେଲ ଜବତ କରିବା ସହ ଆଉ ଜଣେ ନାବାଳକ ଚୋରକୁ ଗିରଫ କରିଛି । ଆଜି ବାଇକ ଚୋର ବିନୁ ଅଦା କୁ କୋର୍ଟ ଚାଲାଣ କରିଥିବା ବେଳେ ନାବାଳକ ଅଭିଯୁକ୍ତ କୁ ଅଟକ ରକ୍ଷୀ ଅଧିକ ତଦନ୍ତ ଚଳାଇଛି । ଆଗକୁ ଖୁବ ଶୀଘ୍ର ଛଅ ଜଣ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନିଲ କୁମାର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
byte-ସୁନିଲ କୁମାର ଆଚାର୍ଯ୍ୟ(ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନୂଆପଡା)Body:ସConclusion:ସସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.