ETV Bharat / state

ମାଳ ଓଡକପା ଗାଁକୁ ନାହିଁ ରାସ୍ତା, ଲୋକେ ହନ୍ତସନ୍ତ

author img

By

Published : Jan 17, 2021, 7:23 PM IST

ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l କିନ୍ତ ରାସ୍ତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗ ବେରୁଆବାରି ପଞ୍ଚାୟତର ମାଳ ଓଡକପା ଗ୍ରାମବାସୀ । ଅଧିକ ପଢନ୍ତୁ...

road problem
ମାଳ ଓଡକପା ଗାଁକୁ ନାହିଁ ରାସ୍ତା, ଲୋକେ ହନ୍ତସନ୍ତ

ନୟାଗଡ଼: ଗାଁ କୁ ନାହିଁ ରାସ୍ତା ଲୋକେ ହନ୍ତସନ୍ତ । ଏ ଭଳି ରାସ୍ତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ବେରୁଆବାରି ପଞ୍ଚାୟତର ମାଳ ଓଡକପା ଗ୍ରାମବାସୀ ।

ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l କିନ୍ତୁ ବାସ୍ତବ କ୍ଷେତ୍ରରେ ଏହା ଦିଗହରା ହୋଇଥିବା ଅଭିଯୋଗ ହୋଇଛି l ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଆଦିବାସୀ ବହୁଳ ବେରୁଆବାରି ପଞ୍ଚାୟତ ଠାରୁ 10 କିଲୋମିଟର ଦୂରରେ ରହିଛି ମାଳ ଓଡକପା ଗାଁ l ଏହି ଗ୍ରାମରେ 20 ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି l ହେଲେ ଗାଁ କୁ ଯିବାକୁ ଭଲ ରାସ୍ତାଟିଏ ନାହିଁ l କଂକ୍ରିଟ ତ ଦୂରେ ଥାଉ ଭଲ ପାଦ ଚଲା ରାସ୍ତା ଟିଏ ନାହିଁ l ବର୍ଷା ଦିନ ଆସିଲେ ପାଦ ଚଲା ରାସ୍ତାରେ ମଧ୍ୟ ଯିବାକୁ କଷ୍ଟ ହୋଇପଡ଼େ l ଏହି ଗ୍ରାମକୁ ପ୍ରଶାସନର କେବେ ପାଦ ପଡିନଥିବା ଭଳି ମନେ ହେଉଛି l

ସେପଟେ କୌଣସି ଜରୁରୀ କାଳୀନ ସମୟରେ ଆମ୍ବୁଲାନ୍ସ କି ଦମକଳ ଗାଁ ଯିବା ଅସମ୍ଭବ ହୋଇପଡୁଛି l ପଞ୍ଚାୟତରୁ ରାସନ ସାମଗ୍ରୀ ଆଣିବାକୁ ଲୋକଙ୍କୁ ବହୁ ଅସୁବିଧା ଭୋଗିବାକୁ ପଡ଼େ l ପ୍ରାଥମିକ ଭାବେ ଗାଁକୁ ଭଲ ରାସ୍ତାଟିଏ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.