ETV Bharat / state

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ସହକାରୀ ଯନ୍ତ୍ରୀଙ୍କ ଘରେ ଚାଲିଛି ରେଡ୍

author img

By

Published : Nov 18, 2021, 10:32 AM IST

Updated : Nov 18, 2021, 10:41 AM IST

ରଣପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ବାସଭବନରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍

ନୟାଗଡ: ରଣପୁରରେ ଭିଜିଲାନ୍ସ ରେଡ୍ । ନୟାଗଡ ଜିଲ୍ଲା ରଣପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନର ସହକାରୀ ଯନ୍ତ୍ରୀ(assistant engineer) ରୁଷିନାଥ ବରାଳଙ୍କ ସରକାରୀ ବାସଭବନ ଏବଂ ସରକାରୀ କାର୍ଯ୍ୟାଳୟରେ ରେଡ୍ କରୁଛି ଭିଜିଲାନ୍ସ l ଏକକାଳୀନ 4ଟି ସ୍ଥାନରେ ଚଢ଼ାଉ କରାଯାଇଛି l ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସର ୪ଟି ଟିମ୍ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ସହକାରୀ ଯନ୍ତ୍ରୀଙ୍କ ଘରେ ଚାଲିଛି ରେଡ୍

ଖୋର୍ଦ୍ଧା, ଢେଙ୍କାନାଳ ଏବଂ ନୟାଗଡରେ ରେଡ୍ ଚାଲିଛି l ତିନି DSPଙ୍କ ନେତୃତ୍ୱରେ 4ଟି ଟିମରେ 8 ଜଣ ଇନସ୍ପେକ୍ଟର ଏବଂ ଅନ୍ୟ ଷ୍ଟାଫ ଚଢାଉରେ ସାମିଲ ହୋଇଛନ୍ତି l ଆୟ ବର୍ହିଭୂତ ଅଭିଯୋଗରେ ଗୋଟିଏ ପ୍ଳଟ, ଗୋଟିଏ 4 ଚକିଆ ଯାନ ଏବଂ ନଗଦ 1 ଲକ୍ଷ 30 ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Nov 18, 2021, 10:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.