କେନ୍ଦ୍ରାପଡା: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ କେନ୍ଦ୍ରାପଡ଼ା ଜିଲ୍ଲା ସଞ୍ଚାଳନ ସମିତିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି । ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ଓଡ଼ିଶାରେ ପାଣ୍ଠି ସଂଗ୍ରହ କରାଯିବା ନେଇ ଆଲୋଚନାରେ ନିଷ୍ପତ୍ତି ହୋଇଛି ।
ସମଗ୍ର ଦେଶବାସୀଙ୍କ ଭାବନାର ପ୍ରତୀକ ଶ୍ରୀରାମ ମନ୍ଦିର । ଏହାର ନିର୍ମାଣ ପାଇଁ ସମଗ୍ର ଭାରତବାସୀଙ୍କୁ ସହୟତା ସମର୍ପଣ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ସଦସ୍ୟ ଆନନ୍ଦଜୀ ପାଣ୍ଡେ । ଓଡିଶାରେ ଆସନ୍ତା 15ତାରିଖରୁ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କରିବ ବିଶ୍ୱ ହିନ୍ଦୁ ପରିଷଦ । ସମଗ୍ର ସାଢେ 5ଲକ୍ଷ ଗାଁରେ ସଞ୍ଚାଳନ କମିଟି ପହଞ୍ଚିବାର ଲକ୍ଷ୍ୟ ରଖାଯାଇଛି ।
ପାଣ୍ଠି୍ ସଂଗ୍ରହ ନେଇ ଆୟୋଜିତ ବୈଠକରେ ବିଶ୍ୱହିନ୍ଦୁ ପରିଷଦର ସଦସ୍ୟ ଆନନ୍ଦଜୀ ପାଣ୍ଡେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନିର୍ବାଣ ନନ୍ଦ ଗିରି ବ୍ରହ୍ମ ଅବଧୂତ ସୁବ୍ରତ ଦାସ,ପରାସର ଦାସଙ୍କ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସାଧୁ ସନ୍ଥ,ଯୁବ ସଂଗଠକ,ସାହିତ୍ୟିକ ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକ ସ୍ଥାନୀୟ ବାୟାବାବା ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ