ETV Bharat / state

ସମସ୍ୟା ଘେରରେ ପାହାଡି ଗାଁ: ଅପହଞ୍ଚ ସରକାରୀ ସୁବିଧା - ନୟାଗଡ଼ ଜିଲ୍ଲା ଓଡଗାଁର ତୁଲୁବି ଗାଁ

ନୟାଗଡ଼ ଜିଲ୍ଲା ଓଡଗାଁର ତୁଲୁବି ଗାଁ । ପାହାଡ଼ ଶୀର୍ଷରେ ଥିବା ଏହି ଗାଁ ଆଜି ବି ଅପହଞ୍ଚ l ପାନୀୟ ଜଳ ସମସ୍ୟା ଠାରୁ ଆରମ୍ଭ କରି ରାସ୍ତା, ଶିକ୍ଷା ଆଦି ସମସ୍ୟା ଯେମିତି ଗାଁର ପିଛା ଛାଡ଼ୁନି l ତେବେ ଗାଁର ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ସମସ୍ୟା ଘେରା ପାହାଡି ଗାଁ: ଅପହଞ୍ଚ ସରକାରୀ ସୁବିଧା

author img

By

Published : Oct 7, 2021, 1:09 PM IST

ନୟାଗଡ଼: ବଣ ଜଙ୍ଗଲ ଘେରା ନୟାଗଡ଼ ଜିଲ୍ଲା l ଜିଲ୍ଲାର ଏକାଧିକ ଗାଁ ପାହାଡ଼ ଉପରେ ଅବସ୍ଥିତ l କିନ୍ତୁ ପାହାଡି ଲୋକଙ୍କ ସମସ୍ୟା କହିଲେ ନ ସରେ l ବାହ୍ୟ ଚାକଚକ୍ୟ ଦୁନିଆରୁ ସେମାନେ ବହୁ ଦୂରରେ l ଆଉ ଏହି ପାହାଡି ଲୋକଙ୍କ ପାଖେ ଅପହଞ୍ଚ ସରକାରୀ ଯୋଜନା l ଏମିତି ଏକ ଗାଁ ହେଉଛି ନୟାଗଡ଼ ଜିଲ୍ଲା ଓଡଗାଁର ତୁଲୁବି ଗାଁ l

ସମସ୍ୟା ଘେରା ପାହାଡି ଗାଁ: ଅପହଞ୍ଚ ସରକାରୀ ସୁବିଧା

ପାହାଡ଼ ଶୀର୍ଷରେ ଥିବା ଏହି ଗାଁ ଆଜି ବି ଅପହଞ୍ଚ l ଗାଁକୁ ଯିବାକୁ ହେଲେ ପାହାଡ଼ ଚଢ଼ି ଯିବାକୁ ହୋଇଥାଏ l ପାନୀୟ ଜଳ ସମସ୍ୟା ଠାରୁ ଆରମ୍ଭ କରି ରାସ୍ତା, ଶିକ୍ଷା ଆଦି ସମସ୍ୟା ଯେମିତି ଗାଁର ପିଛା ଛାଡ଼ୁନି l ଗାଁ ଲୋକେ ସାଇକେଲ ବ୍ୟବହାର କରୁଥିଲେ ମଧ୍ୟ ପାହାଡ଼ ଉପରକୁ ସାଇକେଲକୁ ଟେକି ଟେକି ନେଇଥାନ୍ତି l ଗାଁର ଲୋକ ସଂଖ୍ୟା ପ୍ରାୟ 60 ହେବ l

ଏପଟେ ଗାଁ ଠୁ ଦୂରରେ ସମସ୍ତ ଶିକ୍ଷାନୁଷ୍ଠାନ ଥିବାରୁ ବଣ ଜଙ୍ଗଲ ଦେଇଯିବାକୁ ଇଚ୍ଛା କରନ୍ତିନି ପିଲାମାନେ l କୌଣସି ଲୋକଙ୍କ ଶରୀର ଅସୁସ୍ଥ ହେଲେ ପାହାଡ଼ ତଳକୁ କିପରି ଆସିବେ, ତାହା ସମସ୍ତଙ୍କର ଚିନ୍ତା l ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ଗାଡ଼ି ପହଞ୍ଚିବା ଲୋକଙ୍କ ପାଇଁ ସ୍ବପ୍ନ l ଏଭଳି ଅନେକ ସମସ୍ୟା ଦେଇ ଗାଁଟି ଗତି କରୁଥିଲେ ମଧ୍ୟ ଗାଁର ବିକାଶ ପାଇଁ ପ୍ରଶାସନ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ l ତେବେ ଗାଁର ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.