ETV Bharat / state

ରାଜ୍ୟ-କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ - nayagarh protest against state and central govt

ଭାରତୀୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓ ନିଖିଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ତରଫରୁ ନୟାଗଡ଼ ଜିଲ୍ଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

author img

By

Published : Nov 5, 2020, 9:40 PM IST

ନୟାଗଡ଼: ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ଭାରତୀୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓ ନିଖିଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ତରଫରୁ ନୟାଗଡ଼ ଜିଲ୍ଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ଏଥିସହ ସଂଘର ରାଜ୍ୟ ସଭାପତି ସତ୍ୟବ୍ରତ ନାୟକଙ୍କ ନେତୃତ୍ବରେ ଏକ ପ୍ରତିବାଦ ସଭା କରାଯାଇଛି l ଜିଲ୍ଲାର ୮ଟି ବ୍ଳକରୁ ଶତାଧିକ ଚାଷୀ ଓ ମୂଲିଆ, ଶ୍ରମିକ ସଙ୍ଗଠନମାନେ ଯୋଗ ଦେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ। ଚାଷୀମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ଦେବାକୁ ନେଇ ନାରାବାଜୀ ଦେଇଥିଲେ।

କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ ମାରଣନୀତି ଆଇନ କାର୍ଯ୍ୟକାରିୀ କରୁଥିବାରୁ ସଂଘ ପକ୍ଷରୁ ଏକ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦିଆଯାଇଛି l ଆଗାମୀ ଦିନରେ ପ୍ରତ୍ୟେକ ବ୍ଳକରେ ଵିକ୍ଷୋଭ ଓ ପ୍ରତିବାଦ ସଭା କରାଯିବ ବୋଲି ସୂଚନା ମିଳିଛି l

ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟୁତ ତାରିଫ ବୃଦ୍ଧି, କୃଷକ ଓ ଶ୍ରମିକ କର୍ମଚାରୀ ବିରୋଧି ଆଇନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୨୨ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ରକୁ ଉପଜିଲ୍ଲାପାଳ ଗ୍ରହଣ କରିଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.