ETV Bharat / state

ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ଗାମୁଛା ଜବତ କଲା SIT

author img

By

Published : Dec 23, 2020, 8:33 PM IST

ପରୀ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ସରୋଜଙ୍କ ଗାମୁଛା ଜବତ କରିଛି SIT l ଗାମୁଛାରେ ଲାଗିଛି ଶୁଖିଲା ରକ୍ତ ! SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ସମେତ ତାଙ୍କ ଟିମ ସରୋଜଙ୍କ ଘରକୁ ଆସି ନିର୍ଦ୍ଧିଷ୍ଟ ସ୍ଥାନରେ ଥିବା ଗାମୁଛାକୁ ଜବତ କରିଛନ୍ତି l ଅଧିକ ପଢନ୍ତୁ...

ସରୋଜର ଗାମୁଛା ଜବତ କଲା SIT
ସରୋଜର ଗାମୁଛା ଜବତ କଲା SIT

ନୟାଗଡ଼: ସରୋଜର ଗାମୁଛା ଜବତ କଲା SIT l ଗାମୁଛାରେ ଲାଗିଛି ଶୁଖିଲା ରକ୍ତ ! ପରୀ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ସରୋଜର ଗାମୁଛା ଜବତ କରିଛି SIT l SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ସମେତ ତାଙ୍କ ଟିମ ସରୋଜଙ୍କ ଘରକୁ ଆସି ନିର୍ଦ୍ଧିଷ୍ଟ ସ୍ଥାନରେ ଥିବା ଗାମୁଛାକୁ ଜବତ କରିଛନ୍ତି l

ସରୋଜର ଗାମୁଛା ଜବତ କଲା SIT

ଏହି ଗାମୁଛାରେ ଶୁଖିଲା ରକ୍ତ ଲାଗିଥିବା କୁହାଯାଉଛି l ପରୀକୁ ହତ୍ୟା ପରେ, ନା ନାକରୁ ରକ୍ତ ବାହାରିଥିଲା ଏବଂ ଏହି ଗାମୁଛାରେ ପରୀର ମୁହଁକୁ ପୋଛା ଯାଇଥିବା କୁହାଯାଉଛି l ଗାମୁଛାକୁ ଘରର ଏକ ସ୍ଥାନରେ ରଖିଥିଲା ସରୋଜ l

ସୂଚନା ଥାଉକି ପରୀକୁ ହତ୍ୟା କରିବା ପରେ ଦୁଷ୍କର୍ମ କରିଥିବା ଏସଆଇଟି ସମ୍ମୁଖରେ ଖୋଦ ଅଭିଯୁକ୍ତ ସ୍ବୀକାର କରିଛି । ହତ୍ୟାକାଣ୍ଡ ଦିନ ନାବାଳିକା ଅଭିଯୁକ୍ତ ଘରକୁ କୋଳି ଖାଇବାକୁ ଆସିଥିଲା । ଏହି ସମୟରେ ଅଭିଯୁକ୍ତଙ୍କ ଘରେ କେହି ନଥିବା ବେଳେ ସମୟର ସୁଯୋଗ ନେଇ ଅଭିଯୁକ୍ତ ଏପରି କାଣ୍ଡ ଘଟାଇଥିଲା ।

ତେବେ ସେ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବାବେଳେ ନାବାଳିକା ଚିତ୍କାର କରିବାରୁ ତା' ତଣ୍ଟି ଚିପି ହତ୍ୟା କରିଥିବା କହିଛି ଏସଆଇଟି । ଆଉ ତଣ୍ଟି ଚିପିବା ପରେ ନାବାଳିକାର ନାକରୁ ରକ୍ତ ବାହାରିଛି ଏବଂ ତାକୁ ଗାମୁଛାରେ ପୋଚିଛି । ସେହି ଗାମୁଛାକୁ ଜବତ କରିବାକୁ ଅଭିଯୁକ୍ତ ଘରକୁ ପହଞ୍ଚିଥିଲା ଏସଆଇଟି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.