ନୟାଗଡ଼: ଜିଲ୍ଲାରେ ପୁଣି ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି । ଖବର ସଂଗ୍ରହ ବେଳେ 2 ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି ଅବକାରୀ ବିଭାଗର SI ଧନଞ୍ଜୟ ପାତ୍ର । ଏହାର ପ୍ରତିବାଦରେ ଅବକାରୀ ସ୍କ୍ବାର୍ଡର କାର୍ଯ୍ୟାଳୟ ଆଗରେ ସାମ୍ବାଦିକମାନେ ଧାରଣା ଦେବା ସହ ସଂଘ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଛି ।
ଆକ୍ରମଣକାରୀ SIଙ୍କୁ ତୁରନ୍ତ ଗିରଫ ଦାବି କରିଛି ନୟାଗଡ଼ ସାମ୍ବାଦିକ ସଂଘ । ନୟାଗଡ଼ ଆଡ଼କଟାରୁ ନକଲି ମଦ ଜବତ କରିଥିଲା ନୟାଗଡ଼ ଅବକାରୀ ସ୍କ୍ବାର୍ଡ । ଏହି ଖବର ସଂଗ୍ରହ କରିବାକୁ 2 ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର ଏବଂ ଲୋକନାଥ ମିଶ୍ର ଯାଇଥିଲେ । ସାମ୍ବାଦିକ ଫଟୋ ଉତ୍ତୋଳନ କରୁଥିବା ସମୟରେ ସମ୍ପୃକ୍ତ SI ସାମ୍ବାଦିକ ଦ୍ବୟଙ୍କୁ ଆକ୍ରମଣ କରିଥିଲେ । ଏ ନେଇ ଥାନାରେ ଅଭିଯୋଗ ହୋଇଛି । ସମ୍ପୃକ୍ତ SIଙ୍କୁ ଅଟକ ରଖିଛି ପୋଲିସ । ସେପଟେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ