ETV Bharat / state

କୃଷି ମନ୍ତ୍ରୀଙ୍କ ସମୀକ୍ଷା ବୈଠକ, କାମରେ ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନ

ନୟାଗଡ଼ରେ କୃଷି ମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ନିଜ ନିର୍ବାଚନ ମଣ୍ଡଳୀର ସମୀକ୍ଷା କରିଛନ୍ତି କୃଷି ମନ୍ତ୍ରୀ । ଅଧିକ ପଢନ୍ତୁ...

କୃଷି ମନ୍ତ୍ରୀଙ୍କ ସମୀକ୍ଷା ବୈଠକ, କାମରେ ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନ
କୃଷି ମନ୍ତ୍ରୀଙ୍କ ସମୀକ୍ଷା ବୈଠକ, କାମରେ ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନ
author img

By

Published : Feb 17, 2021, 7:29 PM IST

ନୟାଗଡ: ନୟାଗଡ଼ରେ କୃଷି ମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ନିଜ ନିର୍ବାଚନ ମଣ୍ଡଳୀର ସମୀକ୍ଷା କରିଛନ୍ତି କୃଷି ମନ୍ତ୍ରୀ । ଡ଼ିଆରଡ଼ିଏ ସୃଜନ ଗୃହରେ ମନ୍ତ୍ରୀଙ୍କ ସମୀକ୍ଷା । ନୟାଗଡ଼ ନିର୍ବାଚନ ମଣ୍ଡଳୀର 2ଟି ବ୍ଲକକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡଗାଁ ଏବଂ ନୟାଗଡ଼ ବ୍ଲକର ବହୁ ପ୍ରକଳ୍ପ ଓ କାର୍ଯ୍ୟର ସମୀକ୍ଷା କରିଥିଲେ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ମନ୍ତ୍ରୀ ।

କୃଷି ମନ୍ତ୍ରୀଙ୍କ ସମୀକ୍ଷା ବୈଠକ, କାମରେ ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନ

କୃଷି ମନ୍ତ୍ରୀ ଅରୁଣ ସାହୁ ଉପସ୍ଥିତ ରହି ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । କେଉଁ କାର୍ଯ୍ୟ ହେଲା ଏବଂ କେଉଁ କାର୍ଯ୍ୟ ବାକି ରହିଛି, ତାହା ପଚାରି ବୁଝିଥିଲେ । ସବୁ ବିଭାଗର କାର୍ଯ୍ୟକୁ ସମୀକ୍ଷା କରାଯାଇଥିଲା । ଯେଉଁ ଆର୍ଥିକ ବର୍ଷରେ ପ୍ରକଳ୍ପ ସାରିବାକୁ ଧାର୍ଯ୍ୟ କରାଯାଇଛି ସେହି ବର୍ଷ ମଧ୍ୟରେ ସାରିବାକୁ କହିଥିଲେ ।

ଏଥିରେ ଅବହେଳା କଲେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ବାକି ଥିବା କାମ ତୁରନ୍ତ ସାରିବାକୁ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ । ଏଥିରେ ଓଡଗାଁ ଏବଂ ନୟାଗଡ଼ ବ୍ଲକ ଅଧିକାରୀ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.