ETV Bharat / state

ଉତ୍ତର ପ୍ରଦେଶରେ କୃଷକ ମୃତ୍ୟୁ ଘଟଣା, ନୟାଗଡରେ ଜଳିଲା ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା

author img

By

Published : Oct 4, 2021, 5:09 PM IST

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ହୋଇଥିବା ଘଟଣାର ବିରୋଧ ନୟାଗଡରେ ଦେଖିବାକୁ ମିଳିଛି । ଚାଷୀ ଓ ଶ୍ରମିକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ଅଧିକ ପଢନ୍ତୁ...

ଉତ୍ତରପ୍ରଦେଶରେ କୃଷକ ମୃତ୍ୟୁ ଘଟଣା: ନୟାଗଡରେ ଯୋଗୀ ଆଦିତ୍ୟଙ୍କ କୁଶପୁତ୍ତଳିକା ଦାହ

ନୟାଗଡ଼: ଅକ୍ଟୋବର ୩ ତାରିଖରେ ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ତଥା ଉତ୍ତର ପ୍ରଦେଶ ସାଂସଦ ଅଜୟ ମିଶ୍ରାଙ୍କ ପୁଅ ଓ ତାଙ୍କର ଗୁଣ୍ଡାମାନେ ଗାଡି ଚଢାଇ ୬ ଜଣ କୃଷକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଆନ୍ଦୋଳନରତ ଚାଷୀଙ୍କ ଉପରେ ଯେଉଁଭଳି ବର୍ବରୋଚିତ ଆକ୍ରମଣ କରିଛନ୍ତି ତା’ର ପ୍ରତିବାଦରେ ଆଜି(ସୋମବାର) ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ କରିଛନ୍ତି ଚାଷୀ ଓ ଶ୍ରମିକ ।

ଚାଷୀ ଓ ଶ୍ରମିକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରତିବାଦ କରି ଗଣଧାରଣା ଦେଇଥିଲେ । ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତୃବୃନ୍ଦ ମାନେ ବକ୍ତବ୍ୟ ଦେଇ ବିଜେପି ନେତୃତ୍ତ୍ବାଧୀନ ଯୋଗୀ ଆଦିତ୍ୟନାଥ ସରକାରର ଚାଷୀ ହତ୍ୟାକାରୀ ନୀତିକୁ ତୀବ୍ର ସମାଲୋଚନା କରିବା ସହ ଯୋଗୀ ଆଦିତ୍ୟ ନାଥ, ସାଂସଦ ଅଜୟ ମିଶ୍ର ଓ ତାଙ୍କର ସମସ୍ତ ଗୁଣ୍ଡା ବିରୁଦ୍ଧରେ ହତ୍ୟା ମୋକଦ୍ଦମା ତୁରନ୍ତ ରୁଜୁ କରି ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବାକୁ ଦାବି କରିଛନ୍ତି ।

ଚାଷୀଙ୍କ ସର୍ବନାଶକାରୀ ତିନି କଳା କୃଷି ଆଇନ ତୁରନ୍ତ ବାତିଲି କରିବାକୁ ମଧ୍ୟ ଦାବି କରି ଯୋଗୀ ଆଦିତ୍ୟ ନାଥଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରଥିଲେ। ଏହି ଗଣଧାରଣାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ବିଶ୍ୱନାଥ ମହାପାତ୍ର, କୃଷ୍ଣଚନ୍ଦ୍ର ମହାପାତ୍ର, ବିମଳ ଦାସ, ହରିଶ୍ଚନ୍ଦ୍ର ମିଶ୍ର, ସୁରେଶ ସ୍ବାଇଁ, ପବିତ୍ର ଇନ୍ଦ୍ରଜିତ, ଦୁଃଶାସନ ଜେନା ପ୍ରମୁଖ ସାମିଲ ହୋଇଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.