ETV Bharat / state

’ପରୀ ହତ୍ୟା ଘଟଣାର ସମସ୍ତ ସାକ୍ଷୀ ବାବୁଲି ନାୟକର ଲୋକ’

author img

By

Published : Feb 19, 2021, 7:43 AM IST

ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ଘଟଣାରେ ଏସଆଇଟି 3 ଜଣକୁ ସାକ୍ଷୀ ଦର୍ଶାଇଛି । ଯାହା ଉପରେ ପରୀର ବାପା ମାଆ ପ୍ରଶ୍ନ ଉଠାଇବା ସହ ସମସ୍ତ ସାକ୍ଷୀ ବାବୁଲ ନାୟକର ଲୋକ ବୋଲି ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ପରୀ ହତ୍ୟା ଘଟଣାର ସମସ୍ତ ସାକ୍ଷୀ ବାବୁଲି ନାୟକର ଲୋକ

ନୟାଗଡ: ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ଘଟଣା । ଗୁରୁବାର ଅଭିଯୁକ୍ତ ନାବାଳକ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଅଭିଯୁକ୍ତ ଜଣକ ହତ୍ୟା କରିଥିବା ସ୍ବୀକାର କରିଥିବାବେଳେ, ଦୁଷ୍କର୍ମ କରିନାହିଁ ବୋଲି କହିଛି । ଗତ 16 ତାରିଖରେ ଏସଆଇଟି ପକ୍ଷରୁ ନୟାଗଡ ଚିଲେଡ୍ରନ କୋର୍ଟରେ ଏକ ଚାର୍ଜସିଟି ଦାଖଲ କରିଥିଲା । ଯେଉଁଥିରେ ଗିରଫ ନାବାଳକକୁ ଅଭିଯୁକ୍ତ ଦର୍ଶାଯାଇଛି । ଘଟଣାରେ 3 ଜଣ ସାକ୍ଷୀ ରହିଥିଲେ ବୋଲି ଏସଆଇଟି କହିଥିଲେ ।

ସେପଟେ, 3 ଜଣ ସାକ୍ଷୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ପରୀର ପରିବାର ଲୋକେ । ଯେଉଁମାନେ ସାକ୍ଷୀ ଅଛନ୍ତି, ସେମାନେ ବାବୁଲିର ଲୋକ । ଜଣେ ବାବୁଲର ଡ୍ରାଇଭର, ଲେବର, ଡ୍ରାଇଭର ଭାଇ ରହିଛନ୍ତି । ସେମାନଙ୍କୁ ପ୍ରଥମରୁ ଝିଅ ବିଷୟରେ ପଚରା ଯାଇଥିଲା, ହେଲେ ସେମାନେ କେହି ଦେଖିନଥିବା କହିଥିଲେ । ଝିଅ ବାଲୁଗାଁ ଚାଲିଥିବା କହିଥିଲେ । ଆଉ ଯେଉଁ ଜାଗାରେ ପିଲା ଖେଳୁଥିଲା ସେଠାରୁ ତାଙ୍କ ଘର ବହୁ ଦୂରରେ । ଲକଡାଉନ ସମୟରେ ସେମାନେ ଏପଟେ ଆସିନଥିଲେ ବୋଲି ଅଭିଯୋଗ କରିଛନ୍ତି ପରୀଙ୍କ ବାପା ଅଶୋକ ସାହୁ । ସେମାନଙ୍କୁ ଟଙ୍କା ଦେଖାଇ ଏଭଳି କୁହାଇ ଥିବା କହିଛନ୍ତି ଅଶୋକ ।

ଯଦି ସେମାନେ ଦେଖିଛନ୍ତି ତାହାଲେ ପୂର୍ବରୁ କିଭଳି ମନା କରୁଥିଲେ ବୋଲି ପ୍ରଶ୍ନ ଉଠିଛି l ଗାଁରେ ଯେତେବେଳେ ମିଟିଂ ହୋଇଥିଲା ଏବଂ ନିୟମ ପ୍ରମାଣ କରାଯାଇଥିଲା, ସେତେବେଳେ ଏମାନେ କାହିଁକି ଚୁପ ଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ଉଭୟେ l ବାବୁଲି ନାୟକ ନିଜକୁ ବଞ୍ଚାଇବାକୁ ଯାଇ ଏପରି କରିଥିବା ଅଭିଯୋଗ କରିଛନ୍ତି ପରୀର ମାଆ ସୌଦାମିନୀ ।

ନୟାଗଡରୁ ଜୟେନ୍ଦ୍ର ବେହେରା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.