ETV Bharat / state

ବାହାଡ଼ାଝୋଲା ମୋବାଇଲ ଦୋକାନରୁ ଚୋରି: ଜଣେ ଗିରଫ - one-arrested

ଓଡ଼ଗାଁ ଥାନା ବାହାଡ଼ାଝୋଲାରେ ଏକ ମୋବାଇଲ ଦୋକାନରୁ ଚୋରି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ରବିନ୍ଦ୍ର କୁମାର ବୋଲି ଜଣାପଡ଼ିଛି। ଅଧିକ ପଢ଼ନ୍ତୁ...

ବାହାଡ଼ାଝୋଲା ମୋବାଇଲ ଦୋକାନରୁ ଚୋରୀ
ବାହାଡ଼ାଝୋଲା ମୋବାଇଲ ଦୋକାନରୁ ଚୋରୀ
author img

By

Published : Oct 13, 2020, 4:28 PM IST

ନୟାଗଡ଼: ମୋବାଇଲ ଦୋକାନରୁ ଚୋରି କରି ଗିରଫ ହେଲେ ଯୁବକ । ଘଟଣା ହେଉଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳର। କିଛି ଦିନ ତଳେ ବାହାଡ଼ାଝୋଲା ମାଣିକପାଟଣା ହାଟ ବଜାରରେ ଥିବା ମା' ସିଂଘାସନୀ ନାମକ ମୋବାଇଲ ଦୋକାନରୁ କିଛି ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ଓଡ଼ଗାଁ ପୋଲିସ ଛାନଭିନ ଆରମ୍ଭ କରିଥିଲା ।

ତଦନ୍ତ ବେଳେ ନନ୍ଦିଘୋର ଗ୍ରାମ ନୂଆସାହିର ରବିନ୍ଦ୍ର କୁମାର ନାୟକ ନାମକ ଯୁବକକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ନିକଟରୁ ଏକ କମ୍ୟୁଟର ସେଟ, ସ୍ମାର୍ଟଫୋନ, କିଛି ଇୟରଫୋନ ଓ ସ୍ମାର୍ଟ ଫୋନ ଚାର୍ଜର ଜବତ ହୋଇଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.