ETV Bharat / state

ନୟାଗଡରେ ଓଲଟିଲା ବସ୍, ପ୍ରାଣ ହରାଇଲେ ବ୍ୟାଙ୍କ ମ୍ୟାନେଜର

author img

By

Published : Oct 6, 2022, 10:46 AM IST

Updated : Oct 7, 2022, 10:28 AM IST

ନୟାଗଡରେ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ନୟାଗଡରେ ଓଲଟିଲା ବସ୍, ପ୍ରାଣ ହରାଇଲେ ବ୍ୟାଙ୍କ ମ୍ୟାନେଜର
ନୟାଗଡରେ ଓଲଟିଲା ବସ୍, ପ୍ରାଣ ହରାଇଲେ ବ୍ୟାଙ୍କ ମ୍ୟାନେଜର

ନୟାଗଡ: ପବିତ୍ର ଦଶହରାରେ ବଡ ଅଘଟଣ l ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ୍ । ବୁଧବାର ସନ୍ଧ୍ୟାରେ ନୟାଗଡା ଦଶପଲ୍ଲା ଥାନା ଗୋଡିବିଡା ଠାରେ ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦଶପଲ୍ଲା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର ମ୍ୟାନେଜର କଲ୍ୟାଣୀ ପଣ୍ଡାଙ୍କ ମୃତ୍ୟୁ ଘଟିଛି(Odisha Gramya Bank Manager Died) । ଏଥିରେ ୪ ଜଣ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଯାଇ 8 ମୃତ, ଏକାଧିକ ନିଖୋଜ

ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟା ସମୟରେ ନୟାଗଡ଼ ଦଶପଲ୍ଲା ଥାନା ଗୋଡିବିଡା ଠାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଭଞ୍ଜନଗରରୁ ଦଶପଲ୍ଲା ଆସୁଥିବା କାଳେଶ୍ବର ନାମକ ଯାତ୍ରୀବାହୀ ବସ୍ ହଠାତ୍ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା । ଖବର ପାଇ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । ଗୁରୁତର ଆହତମାନଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରଯାଉଛି । ବିଜୟା ଦଶମୀରେ ଏହି ବଡ ଅଘଟଣକୁ ନେଇ ଦଶପଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

ଇଟିଭି ଭାରତ, ନୟାଗଡ

Last Updated : Oct 7, 2022, 10:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.