ନୟାଗଡ଼: ରାଜରାସ୍ତାକୁ ଓହ୍ଲାଇ ଗର୍ଜିଲେ ଅଙ୍ଗନବାଡି କର୍ମୀ । ଭାରତୀୟ ମଜଦୁର ସଂଘ ସଂଲଗ୍ନ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ ଆସୋସିଏସନ ନୟାଗଡ଼ ଜିଲ୍ଲା ଶାଖାର ବିଶାଳ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା । ଜିଲ୍ଲାପାଳଙ୍କ ଜରିଆରେ 14 ଦଫା ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।
ନୟାଗଡ଼ ଜିଲ୍ଲା ଅଙ୍ଗନବାଡି କର୍ମୀମାନେ ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । କର୍ମୀମାନେ ଏକ ବିଶାଳ ଶୋଭାଯାତ୍ରାରେ ନୟାଗଡ଼ PDW ଡାକ ବଙ୍ଗଳା ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ପହଞ୍ଚି ଏଡିଏମଙ୍କୁ 14 ଦଫା ଦାବିପତ୍ର ପ୍ରଦାନ କରିଥିଲେ। ସ୍କିମ ପ୍ରଥାକୁ ଉଚ୍ଛେଦ କରାଯାଇ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦେବାକୁ ଦାବି ହୋଇଛି l କର୍ମୀ ମାନଙ୍କୁ ମାସିକ ୨୧ ହଜାର ଟଙ୍କା ଏବଂ ସହାୟିକା ମାନଙ୍କୁ ମାସିକ ୧୫ ହଜାର ଟଙ୍କା ଦେବାପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି। ମିନି ଅଙ୍ଗନବାଡି କର୍ମୀଙ୍କୁ ଅଙ୍ଗନବାଡି କର୍ମୀର ମାନ୍ୟତା ଭଳି ବିଭିନ୍ନ ଦାବିକୁ ନେଇ ୧୪ ଦଫା ଦାଵି ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ସମ୍ପାଦିକା ବିନୋଦିନୀ ଦେଇ, ସଭାନେତ୍ରୀ, ଭାରତୀୟ ମଜଦୁର ସଂଘ ଜିଲ୍ଲା ସମ୍ପାଦକ, ମଜଦୁର ସଂଘ ଦଶପଲ୍ଲା ବ୍ଲକ ସଭାପତିଙ୍କ ନେତୃତ୍ବରେ ଶହଶହ ଅଙ୍ଗନବାଡି କର୍ମୀ ଶୋଭାଯାତ୍ରା ସାମିଲ ହୋଇଥିଲେ l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ