ETV Bharat / state

ଜୁଆଖେଳରୁ ଜିତିଥିବା ଟଙ୍କା ନଦେବାରୁ ହତ୍ୟା, ଅଭିଯୁକ୍ତ ଗିରଫ - ଅଭିଯୁକ୍ତକୁ ପୋଲିସ ଗିରଫ କଲା ଟାଉନ ଥାନା ପୋଲିସ୍

ନୟାଗଡ଼ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରତନପୁରଠାରେ ନିର୍ମାଣଧୀନ ଘରେ ଅଟୋ ଚାଳକ ସରୋଜ ମହାନ୍ତି ହତ୍ୟା ଘଟଣାର ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତି ସିନ୍ଦୁରିଆ ଗ୍ରାମ ମଝିସାହିର ହାମିଲ୍ ମଲ୍ଲିକ ଓରଫ କାଳିଆ । ଅଧିକ ପଢନ୍ତୁ

murder for gambling money
ଜୁଆଖେଳରୁ ଜିତିଥିବା ଟଙ୍କା ନଦେବାରୁ ହତ୍ୟା
author img

By

Published : Jan 18, 2022, 10:30 PM IST

ନୟାଗଡ: ନୟାଗଡ଼ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରତନପୁରଠାରେ ନିର୍ମାଣଧୀନ ଘରେ ଅଟୋ ଚାଳକ ସରୋଜ ମହାନ୍ତି ହତ୍ୟା ଘଟଣାର ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତି ସିନ୍ଦୁରିଆ ଗ୍ରାମ ମଝିସାହିର ହାମିଲ୍ ମଲ୍ଲିକ ଓରଫ କାଳିଆ ।

ଜୁଆଖେଳରୁ ଜିତିଥିବା ଟଙ୍କା ନଦେବାରୁ ହତ୍ୟା

ତେବେ ପୋଲିସ ସାଇଣ୍ଟିଫିକ୍ ଟିମ ସହାୟତାରେ ଘଟଣାସ୍ଥଳରେ ତଦନ୍ତ କରାଯିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ବାଉଁଶକୁ ଜବତ କରାଯାଇଥିଲା । ଗିରଫ ପରେ କାଳିଆ ହତ୍ୟା କରିଥିବା ସ୍ବୀକାର କରିଛି । ଏନେଇ ଟାଉନଥାନା ଅଧିକାରୀ ପ୍ରଜ୍ଞାପରମିତା ଜେନା ସୂଚନା ଦେଇଛନ୍ତି ।

କାଳିଆକୁ ହତ୍ୟାକାଣ୍ଡ ଘଟଣାସ୍ଥଳକୁ ନିଆଯାଇ କ୍ରାଇମ୍ ସିନ୍ ରିକ୍ରିଏସନ ପରେ ନୟାଗଡ଼ କୋର୍ଟକୁ ପୋଲିସ ପଠାଇଛି । କିଛି ଦିନ ତଳେ ନୟାଗଡ ରେଳ ଷ୍ଟେସନ ନିକଟବର୍ତ୍ତୀ ଚକେଇଖୋଲ ମୁଣ୍ଡିଆରେ ଏକ ଜୁଆ ଆଡ୍ଡାକୁ କାଳିଆ ଓ ସରୋଜ ଯାଇଥିଲେ । ଏଠାରେ ଦିନ ସାଢ଼େ ବାରଟାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ଖେଳ ଜୁଆ ଖେଳିଥିଲେ ।

ଏହାପରେ ଉଭୟ ଅଟୋରେ ରତନପୁର ନିକଟବର୍ତ୍ତୀ ନିର୍ମାଣଧିନ ଘରକୁ ଆସିଥିଲେ । ତେବେ ଜୁଆ କାଳିଆ ଜିତିଥିବା ୩୦ ହଜାର ଟଙ୍କା ଫେରାଇବାକୁ ଦାବି କରିଥିଲା ସରୋଜ । ଏଥିପାଇଁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ କାଳିଆକୁ ଏକ ବାଉଁଶରେ ମାଡ଼ ମାରି ହତ୍ୟା କରିବା ପରେ ଶବକୁ ପାଇଖାନା ଟାଙ୍କିରେ ଫିଙ୍ଗି ଚାଲି ଯାଇଥିଲା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.