ETV Bharat / state

Municipal Election: ରଣପୁରରେ ସ୍ୱାଧୀନ-ବିଜେଡ଼ି ପ୍ରାର୍ଥିନୀ କଡା ଟକ୍କର - ପୌର ନିର୍ବାଚନୀ ଖବର ରଣପୁର

ଆଉ କିଛିଦିନ ପରେ ପଡିବ ପୌର ଭୋଟ । ସରଗରମ ହୋଇଗଲାଣି ସହର ରାଜନୀତି । ଏଥର ନୟାଗଡ ଏନଏସିରେ ଦେଖିବାକୁ ମିଳିବ କଡା ମୁକାବିଲା । ଅଧିକ ପଢନ୍ତୁ

Municipal Election: ରଣପୁରରେ ସ୍ୱାଧୀନ ଓ ବିଜେଡ଼ି ପ୍ରାର୍ଥିନୀଙ୍କ ମଧ୍ୟରେ କଡା ଟକ୍କର
Municipal Election: ରଣପୁରରେ ସ୍ୱାଧୀନ ଓ ବିଜେଡ଼ି ପ୍ରାର୍ଥିନୀଙ୍କ ମଧ୍ୟରେ କଡା ଟକ୍କର
author img

By

Published : Mar 22, 2022, 5:41 PM IST

ନୟାଗଡ: ଆଉ କିଛିଦିନ ପରେ ପଡିବ ପୌର ଭୋଟ । ଏଥର ନୟାଗଡ NAC ସ୍ୱାଧୀନ ଏବଂ ବିଜେଡ଼ି ପ୍ରାର୍ଥୀନୀଙ୍କ ମଧ୍ୟରେ ହୋଇପାରେ କଡା ଟକ୍କର । ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଜୋରଦାର ପ୍ରଚାର ଚଳାଇଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ ଓ କର୍ମୀ । ରଣପୁରରେ ବିଜେପି, ବିଜେଡ଼ି, କଂଗ୍ରେସ ଏବଂ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି ।

Municipal Election: ରଣପୁରରେ ସ୍ୱାଧୀନ ଓ ବିଜେଡ଼ି ପ୍ରାର୍ଥିନୀଙ୍କ ମଧ୍ୟରେ କଡା ଟକ୍କର

ଚେୟାରମ୍ୟାନ ପଦବୀ ପାଇଁ ମୈଦାନରେ ରହିଛନ୍ତି ମୋଟ ୪ ଜଣ ପ୍ରାର୍ଥୀ । ଚେୟାରମ୍ୟାନ ସହ ୧୫ କାଉନସିଲରଙ୍କୁ ବାଛିବେ ୧୨ ହଜାର ୬ ଶହ ଭୋଟର । ତେବେ ରଣପୁରରେ ସ୍ୱାଧୀନ ଏବଂ ବିଜେଡ଼ି ପ୍ରାର୍ଥୀନୀଙ୍କ ମଧ୍ୟରେ କଡା ଟକ୍କର ହେବବୋଲି ଚର୍ଚ୍ଚା ହେଉଛି । କାରଣ ସ୍ବାଧୀନ ପ୍ରାର୍ଥୀ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ । ରଣପୁର ଏନଏସିର ପୂର୍ବତନ ଭାଇସ ଚେୟାରମ୍ୟାନ ପ୍ରିୟବ୍ରତ ପ୍ରହରାଜଙ୍କୁ ଟିକେଟ ନ ମିଳିବାରୁ ସେ ତାଙ୍କ ପତ୍ନୀ ମଧୁସ୍ମିତା ପ୍ରହରାଜଙ୍କୁ ସ୍ବାଧୀନ ଭାବେ ଛିଡା କରାଇଛନ୍ତି ।

ଏହା ପରେ ବିଜେଡ଼ି ମଧ୍ୟ ତାଙ୍କୁ ଦଳରୁ ନିଲମ୍ବନ କରିଛି ଓ ରାଜା ମହାନ୍ତିଙ୍କ ପତ୍ନୀ ରଙ୍ଗୀନ ମହାନ୍ତିଙ୍କୁ ଟିକେଟ ଦେଇଛି । ତେଣୁ ଏଠାରେ ବିଦ୍ରୋମୀ ବୁମେରାଂ ହେବାର ସମ୍ଭାବନି ଥିବାରୁ କଡା ମୁକାବିଲା ଦେଖିବାକୁ ମିଳିବ । ସେପଟେ ବିଜେଡ଼ି ଭୋଟ ୨ ଭାଗ ହେବା ସହ କଂଗ୍ରେସ ଏବଂ ବିଜେପି ସମର୍ଥକଙ୍କୁ ଉଭୟ ନିଜ ସପକ୍ଷକୁ ଆଣିବାକୁ ଉଦ୍ୟମ କରୁଛନ୍ତି । ତେବେ ପୌର ଫାଇଟ୍‌ କାହାର ହେଉଛି ଜିତାପଟ ଓ କିଏ ଗାଦି ଅକ୍ତିଆର କରୁଛି, ତା' ଉପରେ ସମସ୍ତଙ୍କ ନଜର l


ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.