ETV Bharat / state

କଙ୍ଗାରୁକୋର୍ଟର ସଜ୍ଜା ସହି ନପାରି ଯୁବକଙ୍କ ଆତ୍ମହତ୍ୟା, ନ୍ୟାୟ ମାଗିଲେ ପତ୍ନୀ - nayagada kangaroo court

କଙ୍ଗାରୁ କୋର୍ଟର କଠୋର ଦଣ୍ଡ ଯୋଗୁଁ ଜୀବନ ହାରିଲେ ଯୁବକ । ନ୍ୟାୟ ମାଗିଲେ ବିଧବା ପତ୍ନୀ । ଅଧିକ ପଢନ୍ତୁ...

କଙ୍ଗାରୁକୋର୍ଟର ସଜ୍ଜା ସହି ନପାରି ଯୁବକଙ୍କ ଆତ୍ମହତ୍ୟା, ନ୍ୟାୟ ମାଗିଲେ ପତ୍ନୀ

author img

By

Published : Nov 11, 2021, 1:16 PM IST

ନୟାଗଡ଼: ଜିଲ୍ଲାରୁ ପୁଣି ସାମ୍ନାକୁ ଆସିଲା କଙ୍ଗାରୁ କୋର୍ଟର ଘୃଣ୍ୟ ଚିତ୍ର । କଙ୍ଗାରୁ କୋର୍ଟର କଠୋର ଦଣ୍ଡ ଯୋଗୁଁ ଜୀବନ ହାରିଛନ୍ତି ଜଣେ ଯୁବକ । ନୟାଗଡ଼ ଜିଲ୍ଲା ରଣପୁର ଥାନା ଖତିଆ ଗ୍ରାମରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ ।

କଙ୍ଗାରୁକୋର୍ଟର ସଜ୍ଜା ସହି ନପାରି ଯୁବକଙ୍କ ଆତ୍ମହତ୍ୟା, ନ୍ୟାୟ ମାଗିଲେ ପତ୍ନୀ

ଅଭିଯୋଗ ଅନୁସାରେ ଖତିଆ ଗ୍ରାମର ସୁନନ୍ଦ ବେହେରା ନାମକ ଜଣେ ଯୁବକ ଗାଁର ଜଣେ ରୋଗୀଙ୍କୁ ନେଇ ଦର୍ପନାରାୟଣପୁର ମେଡିକାଲକୁ ଯାଇଥିଲେ । ମାତ୍ର ସେଠାରେ ଡାକ୍ତର ନ ଥିବାରୁ ମେଡ଼ିକାଲରେ ପାଟିତୁଣ୍ଡ କରିବା ସହ ମେଡିକାଲର ଅବ୍ୟବସ୍ଥା ନେଇ ଡାକ୍ତରଙ୍କୁ ଫୋନ ଯୋଗେ ଗାଳିଗୁଲଜ କରିଥିଲେ । ତେବେ ଏହି ଘଟଣାକୁ ନେଇ ସମ୍ପୃକ୍ତ ଡାକ୍ତର ଜଣଙ୍କ ଗାଁର କଙ୍ଗାରୁ କୋର୍ଟରେ ଅଭିଯୋଗ କରିବା ପରେ ସୁନନ୍ଦଙ୍କୁ 10 ହଜାର ଟଙ୍କା ଜୋରିମାନା ସାଙ୍ଗକୁ ସର୍ବସାଧାରଣରେ ଡାକ୍ତରଙ୍କ ଗୋଡ଼ ଧରି ଭୁଲ ମାଗିବାକୁ କୁହାଯାଇଥିଲା । ଯାହାକୁ ନେଇ ସୁନନ୍ଦ କଙ୍ଗାରୁ କୋର୍ଟରେ 8ହଜାର 500ଟଙ୍କା ଫାଇନ ଦେଇଥିବା ବେଳେ ଡାକ୍ତରଙ୍କୁ ଭୁଲ ମାଗିଥିଲେ ।

ମାତ୍ର ସର୍ବ ସମ୍ମୁଖରେ ଡାକ୍ତରଙ୍କ ପାଦ ଧରି ପୁଣିଥରେ ଭୁଲ ମାଗିବାକୁ କୁହାଯିବାରୁ ଏହି ଅପମାନ ସହି ନ ପାରି ସୁନନ୍ଦ ରବିବାର ଆତ୍ମହତ୍ୟା କରିଦେଇଥିବା ସୂଚନା ମିଳିଛି l ଯାହାକୁ ନେଇ ସୁନନ୍ଦଙ୍କ ପତ୍ନୀ ରଣପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି l ହେଲେ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ନ୍ୟାୟ ମାଗିଛନ୍ତି ସୁନନ୍ଦଙ୍କ ପତ୍ନୀ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.