ETV Bharat / state

ମନ୍ଦିରରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ - ମନ୍ଦିରରୁ କଳାକନା ବୁଲାଇଲେ ଦୁର୍ବୃତ୍ତ

ନୟାଗଡ ଜିଲ୍ଲା ପଲ୍ଲୀଶାସନ ଗ୍ରାମରେ ବିଜେ ବାବା ବାଲୁଙ୍କେଶ୍ବର ମନ୍ଦିରରୁ ଲୁଟ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହିତ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ମନ୍ଦିରରୁ ଲୁଟ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ

author img

By

Published : Dec 16, 2020, 1:32 PM IST

ନୟାଗଡ:ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ନୟାଗଡ ଜିଲ୍ଲା ନଡ଼ିଆଳି ଗ୍ରାମପଞ୍ଚାୟତ ଅଧୀନ ପଲ୍ଲୀଶାସନ ଗ୍ରାମରେ ବିଜେ ବାବା ବାଲୁଙ୍କେଶ୍ବର ମନ୍ଦିରରୁ ଚୋରି । ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହିତ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ।

ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ସୂଚନାଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ରୁପା ବୃଷଭ, ରୁପା ଆଖି ସହ ମୂଲ୍ୟବାନ ସାମଗ୍ରୀ ଓ ହୁଣ୍ଡିରୁ ପ୍ରାୟ ଆନୁମାନିକ 20ହଜାରରୁ ଉର୍ଦ୍ଧ୍ବ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ମନ୍ଦିରର ପୂଜକ ନାରଣ ଦାଶ ରୋଷ ଘରେ ରଖିଥିବା ଏକ ଟ୍ରଙ୍କରେ 20 ହଜାରରୁ ଊର୍ଦ୍ଧ୍ବ ନଗଦ ଟଙ୍କା ତାଲା ଭାଙ୍ଗି ଚୋରି ହୋଇଥିବା କହିଛନ୍ତି ।

ଅବକାଶ ସମୟରେ ପୂଜକ ମନ୍ଦିରରେ ପହଞ୍ଚି ଏସବୁ ଘଟଣା ଦେଖିଥିଲେ l ପରେ ଗ୍ରାମର ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟିଙ୍କୁ ଏ ବିଷୟରେ ଅବଗତ କରାଇଥିଲେ l ଟ୍ରଷ୍ଟ ବୋର୍ଡର ନିଷ୍ପତ୍ତି କ୍ରମେ ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.