ETV Bharat / state

35 ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ ବନକର୍ମଚାରୀ

author img

By

Published : Mar 23, 2021, 7:17 AM IST

ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଛାମୁଣ୍ଡିଆ ବନପାଳ ଗୋଲଖ ବିହାରୀ ବେହେରାଙ୍କୁ ଲାଞ୍ଚ ନେବା ଅଭିଯୋଗରେ ରେଡହାଣ୍ଡ ଧରିଛି ଭୁବନେଶ୍ବର ଭିଜିଲାନ୍ସ ଟିମ । ଅଧିକ ପଢନ୍ତୁ...

ଲାଞ୍ଚ ନେଇ ଫସିଲେ ବନକର୍ମଚାରୀ

ନୟାଗଡ: ଲାଞ୍ଚ ନେଇ ଫସିଲେ ବିନ କର୍ମଚାରୀ । ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଛାମୁଣ୍ଡିଆ ବନପାଳ ଗୋଲଖ ବିହାରୀ ବେହେରାଙ୍କୁ ଲାଞ୍ଚ ନେବା ଅଭିଯୋଗରେ ରେଡହାଣ୍ଡ ଧରିଛି ଭୁବନେଶ୍ବର ଭିଜିଲାନ୍ସ ଟିମ ।

ଖାଣ୍ଡାଧୁଆ ବନରକ୍ଷୀ ପୁଷ୍ପାଞ୍ଜଳିଙ୍କ ଠାରୁ ଗୋଲକ ବେହେରା ୩୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ହାବୁଡ଼ରେ ପଡ଼ିଥିଲେ । ପୁଷ୍ପାଞ୍ଜଳିଙ୍କୁ ବନଖଣ୍ଡ ଅଧିକାରୀ ହର୍ଷବର୍ଧନ ଉଦ୍ଗାତ କୌଣସି କାରଣ ପାଇଁ କାରଣ ଦର୍ଶାଅ ନୋଟିସ କରିଥିଲେ । ଏଥିରୁ ରକ୍ଷା ପାଇବା ପାଇଁ ବନପାଳ ତାଙ୍କୁ ସାହାଯ୍ୟ କରିବାକୁ କହିଥିଲେ । ଏ ନେଇ ତାଙ୍କୁ ୩୫ହଜାର ଟଙ୍କା ମାଗିଥିଲେ ।

ଏହା ପରେ ପୁଷ୍ପାଞ୍ଜଳି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସରେ ଅଭିଯୋଗ କରିବା ପରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ପୁଷ୍ପାଞ୍ଜଳି ବନପାଳ ଗୋଲଖ ବିହାରୀ ବେହେରାଙ୍କୁ ଟଙ୍କା ଦେବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.