ETV Bharat / state

ବାରହା ଉପଦ୍ରଵରେ ଚାଷୀ ହତାଶ, ମିଳୁନି ସରକାରୀ ସହାୟତା

ସୁନାର ଫସଲ କରିଥିବା ଚାଷୀଟିଏ ଏବେ ବାର୍‌ହା ଉପଦ୍ରବର ଶିକାର ହୋଇ ସରକାରୀ ସହାୟତାକୁ ଅପେକ୍ଷା କରିଛି l ଏକର ଏକର ଧାନ କ୍ଷେତ ନଷ୍ଟ କରୁଥିଲେ ବି ସରକାରୀ ସହାୟତା ମିଳୁନି l ଫଳରେ ହତାଶ ହେଉଛି ଚାଷୀ l ଅଧିକ ଖବର ପଢନ୍ତୁ...

author img

By

Published : Nov 20, 2020, 5:37 PM IST

Updated : Nov 20, 2020, 5:51 PM IST

ବାରହା ଉପଦ୍ରଵରେ ଚାଷୀ ହତାଶ, ମିଳିନୁ ସରକାରୀ ସହାୟତା

ନୟାଗଡ଼: ଧାନ ଅମଳ ସମୟରେ ବାରହା ନଷ୍ଟ କରିବାରେ ଲାଗିଛନ୍ତି l ଦିନେ କି ଦୁଇଦିନ ନୁହେଁ ବିଗତ ଏକ ମାସ ହେବ ମାତିଛନ୍ତି ବାର୍‌ହା ପଲ। ନିଜ ରକ୍ତକୁ ପାଣି କରି ସୁନାର ଫସଲ କରିଥିବା ଚାଷୀଟିଏ ଏବେ ବାର୍‌ହା ଉପଦ୍ରବର ଶିକାର ହୋଇ ସରକାରୀ ସହାୟତାକୁ ଅପେକ୍ଷା କରିଛି l ନୟାଗଡ଼ ଜିଲ୍ଲା ଏକ ବଣ ଜଙ୍ଗଲ ଘେରା ଜିଲ୍ଲା ହୋଇଥିବାରୁ ଜଙ୍ଗଲୀ ବାରହାଙ୍କ ସଂଖ୍ୟା ବହୁତ ରହିଛି l ନୟାଗଡ଼ର 8 ଟି ବ୍ଲକରେ ବାରହା ଉପଦ୍ରଵ କରୁଛନ୍ତି l ଏକର ଏକର ଧାନ କ୍ଷେତ ନଷ୍ଟ କରୁଥିଲେ ବି ସରକାରୀ ସହାୟତା ମିଳୁନି l ଫଳରେ ହତାଶ ହେଉଛି ଚାଷୀ l

ବାରହା ଉପଦ୍ରଵରେ ଚାଷୀ ହତାଶ, ମିଳୁନି ସରକାରୀ ସହାୟତା

ରଣପୁର ବ୍ଲକ ଅଧୀନ ରାଜସୁନାଖଳା ଗ୍ରାମପଂଚାୟତ କୋଟଗଡ଼ ଗ୍ରାମର ଅନେକ ଚାଷୀ କଷ୍ଟରେ ଧାନ ଫସଲ କରିଥିବା ବେଳେ ଏବେ ଧାନ ଅମଳ ସମୟରେ ଜଙ୍ଗଲୀ ବାର୍‌ହା ଆସି ଫସଲକୁ ନଷ୍ଟ କରୁଥିବା ଅଭିଯୋଗ ହେଉଛି । ଏହି ଜଙ୍ଗଲୀ ଜନ୍ତୁଙ୍କ ପାଦ୍ରୁଭାବରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀ ପାଳି କରି ଫସଲ ଜଗୁଥିଲେ ମଧ୍ୟ କୌଣସି ଲାଭ ମିଳୁନଥିବା ଚାଷୀ କହିଛନ୍ତି l

ସେହିପରି ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନି । ତେବେ ବର୍ଷକର ଫସଲ ବାର୍‌ହାଙ୍କ ପାଇଁ ଉଜୁଡି ଯାଉଥିବାରୁ ଦେଖି ସରକାରୀ ସହାୟତା ପାଇଁ ଆଶା ବାନ୍ଧି ବସିଛି ଚାଷୀ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Nov 20, 2020, 5:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.