ନୟାଗଡ: ଯୌତୁକ ଜୁଇରେ ନବବଧୂ । ଯୌତୁକ ପାଇଁ ବଧୂ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାରଲୋକେ । ନୟାଗଡ ଜିଲ୍ଲା ରାଜସୁନାଖଳା ଗ୍ରାମ ପଞ୍ଚାୟତରୁ ଏହି ଘଟଣା ସାମ୍ନାକୁ ଆସିଛି । ଏଭଳି ଅଭିଯୋଗ ଆଣିଛନ୍ତି ମୃତ ନବବଧୂଙ୍କ ପରିବାରଲୋକେ । ନୟାଗଡରେ ପୁଣି ବଧୂ ହତ୍ୟା ଅଭିଯୋଗ । ରାଜସୁନାଖଳା ଗ୍ରାମ ପଞ୍ଚାୟତ ରମାବିଲ ଗାଁର ଘନଶ୍ୟାମ ବରାଡ଼ଙ୍କ ବଡ଼ ଝିଅ ବିଜୟଲକ୍ଷ୍ମୀ ବରାଡ଼ ଗତ 16ମାସ ତଳେ କୋଟଣୀଶିଳା ଗାଁର ଭୀମସେନ ପ୍ରଧାନଙ୍କ ପୁଅ ଜିତେନ୍ଦ୍ର ପ୍ରଧାନଙ୍କୁ ବିବାହ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଅଶୋଭନୀୟ ମନ୍ତବ୍ୟ: କହିଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ?
ବିବାହ ବେଳେ ବିଜୟ ଲକ୍ଷ୍ମୀଙ୍କ ପରିବାର ପକ୍ଷରୁ 6ଲକ୍ଷ ଟଙ୍କା ଯୌତୁକ ଦିଆଯାଇଥିଲା । ତେବେ ଏତିକିରେ ସନ୍ତୁଷ୍ଟ ନହୋଇ ଆହୁରୁ ଦେଢ ଲକ୍ଷ ଟଙ୍କା ଦାବି କରିଥିଲେ ଶାଶୁଘର ଲୋକେ । ତେବେ ଟଙ୍କା ଦେବା ପାଇଁ ଅସମର୍ଥ ହେବାରୁ ବିଜୟଲକ୍ଷ୍ମୀଙ୍କୁ ଗତକାଲି ବିଳମ୍ବତ ରାତିରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ସୂଚନା ଅନୁସାରେ, ବିଜୟଲକ୍ଷ୍ମୀ ଗତ କିଛିଦିନ ତଳେ ପୋଲିସ ଏସଆଇ ପରୀକ୍ଷା ଦେଇଥିବାବେଳେ, ତାଙ୍କର ଏକ 6ମାସର ଶିଶୁପୁତ୍ର ରହିଛି ।
ଏହା ମଧ୍ୟ ପଢନ୍ତୁ: Electronic helmet: ପାଟନା ଇଞ୍ଜିନିୟରିଂ ଛାତ୍ରଙ୍କ କମାଲ୍, ହେଲମେଟ ବିନା ଗଡିବନି ବାଇକ୍
ଅଭିଯୋଗ ଆଧାରରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶାଶୁଘର ଲୋକେ ଫେରାର ଥିବା ବେଳେ ଜଣଙ୍କୁ ଅଟକ ରଖିଛି ପୋଲିସ । ଏନେଇ ମୃତ ବିଜୟଲକ୍ଷ୍ମୀଙ୍କ ବାପା କହିଛନ୍ତି, "ମୁଁ ବର୍ଷେ ୪ ମାସ ହେଲା ଝିଅକୁ ବାହାଦେଇଥିଲି । ବିବାହବେଳେ ୬ ଲକ୍ଷ ଟଙ୍କା ଦେଇଥିଲି । କିନ୍ତୁ ସେମାନେ ଆହୁରି ଦେଢ ଲକ୍ଷ ଦାବି କରିଥିଲେ । ତେବେ ଗତକାଲି ମୋ ଝିଅକୁ ତା ଶାଶୁଙର ଲୋକ ମିଶି ମାରି ଦେଇଛନ୍ତି । ଆମକୁ ଘରକୁ ଡାକିଲେ ଆମେ ଗଲାବେଳକୁ ଆମ ଝିଅର ମୃତ୍ୟୁ ହୋଇଯାଇଛି । ମୋତେ ମୋ ଝିଅର ନ୍ୟାୟ ଦରକାର । ଯେମିତି ମୋ ଝିଅକୁ ମାରିଛନ୍ତି ସେହିଭଳି ଦୋଷୀକୁ ମଧ୍ୟ ଫାସି ଦିଆଯାଉ ।"
ଇଟିଭି ଭାରତ, ନୟାଗଡ