ETV Bharat / state

ପିସି ଦିଅ ବିଲ ନିଅ; ଠିକାଦାରଙ୍କୁ ନିର୍ବାହୀ ଯନ୍ତ୍ରୀଙ୍କ ଧମକ, ଅଡିଓ ଭାଇରାଲ

ବିଲ କରେଇଦେବା ବଦଳରେ ଲାଞ୍ଚ । ପିସି ନାହିଁ ତ ବିଲ ନାହିଁ । ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଜଣେ ଠିକାଦାରଙ୍କୁ ବିଲ କରେଇ ଦେବା ବଦଳରେ ଲାଞ୍ଚ ମାଗୁଥିବା ଅଡିଓ ଭାଇରାଲ ହୋଇଛି ।

author img

By

Published : May 3, 2021, 11:36 AM IST

Updated : May 3, 2021, 11:58 AM IST

ଠିକାଦାରଙ୍କୁ ନିର୍ବାହୀ ଯନ୍ତ୍ରୀଙ୍କ ଧମକ
ଠିକାଦାରଙ୍କୁ ନିର୍ବାହୀ ଯନ୍ତ୍ରୀଙ୍କ ଧମକ

ନୟାଗଡ: ପିସି ଦିଅ କାମ ହୋଇଯିବ । ପିସି ନାହିଁ ତ ବିଲ ନାହିଁ । ଏ ଘଟଣା ହେଉଛି ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକର । ଯେଉଁଠି ପିସି ନଦେଲେ ବିଲ ହେବ ନାହିଁ ବୋଲି ଠିକାଦାରଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି ଖଣ୍ଡପଡା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବୈଷ୍ଣବ ପ୍ରସାଦ ରଥ । ଯାହାର ଅଡିଓ ଭାଇରାଲ ହୋଇଛି ।

ଠିକାଦାରଙ୍କୁ ନିର୍ବାହୀ ଯନ୍ତ୍ରୀଙ୍କ ଧମକ

ଖଣ୍ଡପଡା ବ୍ଲକ ସହକାରୀ ଯନ୍ତ୍ରୀ ବୈଷ୍ଣବ ପ୍ରସାଦ ରଥ ସ୍ଥାନୀୟ ଜଣେ ଠିକାଦାରଙ୍କୁ ବିଲ କରାଇଦେବାକୁ 4 ହଜାର ଟଙ୍କା ଲାଞ୍ଚ ମାଗିଛନ୍ତି l ତେବେ ପାଖରେ ପଇସା ନଥିବା କହି ଠିକାଦାର ଯେତେ କାକୁତି ମିନତି ହେଲେ ସୁଦ୍ଧା ପଇସା ନଦେଲେ ବିଲ ହେବ ନାହିଁ ବୋଲି ସିଧା ସିଧା ଶୁଣାଇ ଦେଇଛନ୍ତି ସହକାରୀ ଯନ୍ତ୍ରୀ । ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ କନ୍ଧ-ପଥରାପଲ୍ଲୀ ଗାଁର ଗଣେଶ୍ବର ନାୟକ ଗାଁରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ 4 ଲକ୍ଷ 95 ହଜାର ଟଙ୍କାର କାର୍ଯ୍ୟାଦେଶ ପାଇଥିବା ବେଳେ 1ଲକ୍ଷ 71ହଜାର ଟଙ୍କାର ରନିଙ୍ଗ ବିଲ ଉଠାଇବା ପାଇଁ ବ୍ଲକକୁ ଦୀର୍ଘ ଦୁଇ ମାସ ଧରି ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ l

ତେବେ ବିଲ କରିବାକୁ ଗଣେଶ୍ବରଙ୍କୁ ସ୍ଥାନୀୟ ଖଣ୍ଡପଡା ସହକାରୀ ଯନ୍ତ୍ରୀ ବୈଷ୍ଣବ ପ୍ରସାଦ ରଥ 4 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଗଣେଶ୍ବର ଅରାଜି ହେବାରୁ ପିସି ନଦେଲେ ବିଲ କରି ହେବନି ବୋଲି କହିଥିଲେ ନିର୍ବାହୀ ଯନ୍ତ୍ରୀ । ଏ ନେଇ ନିଜର ଅସହାୟତା ପ୍ରକାଶ କରି ଗଣେଶ୍ବର ନୟାଗଡ଼ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବା ସହିତ ଏକ ଲିଖିତ ଅଭିଯୋଗ କରିଛନ୍ତି l ତେବେ ଅଡିଓ ଭାଇରାଲ ହେବାପରେ ଯନ୍ତ୍ରୀଙ୍କ ଅସଲ ଚେହେରା ପଦାରେ ପଡ଼ିଛି l ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗଣେଶ୍ବର ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : May 3, 2021, 11:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.