ETV Bharat / state

ଝିଆରୀକୁ ଦୁଷ୍କର୍ମ କରି ୪୦ ବର୍ଷ ଜେଲ ଗଲା ବଡବାପା, ସହଯୋଗ ଦୋଷରେ ବଡମାଆକୁ ୩ ବର୍ଷ ଜେଲ - ନୟାଗଡ ପୋକ୍ସୋ ଅଦାଲତ ରାୟ

ଝିଆରୀକୁ ଦୁଷ୍କର୍ମ କରିଥିବା ବଡବାପା ଦୋଶୀ ସାବ୍ୟସ୍ତ । 40 ବର୍ଷ ସଶ୍ରମ କାରାଦଣ୍ଡ ସହ 20 ହଜାର ଜୋରିମାନା । ସହଯୋଗ କରିବା ଦୋଷରେ ବଡମାଆକୁ ବି ଜେଲ । ଅଧିକ ପଢନ୍ତୁ

ଝିଆରିକୁ ଦୁଷ୍କର୍ମ କରି ୪୦ ବର୍ଷ ଜେଲ ଗଲା ବଡବାପା, ସହଯୋଗ ଦୋଷରେ ବଡମାଆକୁ ୩ ବର୍ଷ ଜେଲ

author img

By

Published : Jul 6, 2022, 9:12 PM IST

ନୟାଗଡ଼: ଝିଆରୀକୁ ଦୁଷ୍କର୍ମ ମାମଲାର ଆସିଲା ରାୟ । ଦୋଷୀ ସାବ୍ୟସ୍ତ କରି ବଡ଼ବାପାକୁ 40 ବର୍ଷ ସଶ୍ରମ କାରାଦଣ୍ଡ ସହ 20 ହଜାର ଟଙ୍କା ଜୋରିମାନା ପକାଇଲେ ଅଦାଲତ । ସେହିପରି ଦୁଷ୍କର୍ମରେ ସହଯୋଗ କରିବା ଦୋଷରେ ବଡ଼ମାଆକୁ ମଧ୍ୟ 3 ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏଥିସହ 10 ହଜାର ଟଙ୍କା ମଧ୍ୟ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଝିଆରିକୁ ଦୁଷ୍କର୍ମ କରି ୪୦ ବର୍ଷ ଜେଲ ଗଲା ବଡବାପା, ସହଯୋଗ ଦୋଷରେ ବଡମାଆକୁ ୩ ବର୍ଷ ଜେଲ

ଆଜି ନୟାଗଡ଼ ଫାର୍ଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଜଜ ବିରଞ୍ଚି କୁମାର ରଥ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ଦୋଷୀଙ୍କୁ ଦଣ୍ଡାଦେଶ ସହ ପୀଡ଼ିତାଙ୍କୁ 5 ଲକ୍ଷ କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଗତ 2019 ମସିହାରେ ନୟାଗଡ଼ ଜିଲ୍ଲାରେ ଏପରି ଏକ ଅମାନବୀୟ ଘଟଣା ଘଟିଥିଲା । ଝିଆରୀକୁ ଦୁଷ୍କର୍ମ କରିଥିଲା ବଡ଼ ବାପା ଭିକାରି ଜେନା ଏବଂ ଏଥିରେ ସହଯୋଗ କରିଥିଲା ପତ୍ନୀ ପ୍ରମିଳା ଜେନା । ଏନେଇ ଥାନାରେ 2019 ମସିହା କେସ ନଂ 52 ରେ ଏକ ମାମଲା ରୁଜୁ କରାଯାଇ ନୟାଗଡ଼ ଫାର୍ଷ୍ଟ ଟ୍ରାକ କୋର୍ଟରେ ବିଚାର ଚାଲିଥିଲା । ପୀଡିତାଙ୍କ ପକ୍ଷରୁ ମାମଲା ଲଢୁଥିଲେ ସରକାରୀ ଓକିଲ ଅମୀୟ ପଟ୍ଟନାୟକ ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.