ନୟାଗଡ଼: କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଦଶଦୋଳ ସଭା ଗୃହରେ ସଂଗଠନର ଉପଦେଷ୍ଟା ମନୋଜ ଦାଶଙ୍କର ସଭାପତିତ୍ବରେ ମଙ୍ଗଳବାର ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ କୋରୋନା ଯୋଦ୍ଧାଙ୍କୁ ସମ୍ବୋର୍ଦ୍ଧିତ କରାଯାଇଛି ।
ମଙ୍ଗଳବାର ଫାଉଣ୍ଡେସନର ଅଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ କୋରୋନା ଯୋଦ୍ଧାମାନେ ଏହି ମହାମାରୀରେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କୁ ସଚେତନ କରାଇଥିଲେ l ସେମାନଙ୍କ ମନୋବଳକୁ ଦୃଢ଼ କରିବା ପାଇଁ ଏହି ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଛି ବୋଲି ସେ କହିଛନ୍ତି l ଏହି ସଭାରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ପୋଲିସ କର୍ମଚାରୀ, ସ୍ବାସ୍ଥ୍ୟ କର୍ମଚାରୀ ଏବଂ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
ଏହି ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ନୟାଗଡ଼ ଯୋଜନା ବୋର୍ଡର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ମୁଖ୍ୟବକ୍ତା ଭାବରେ ଯୁବ ଆଇନଜୀବୀ ଶ୍ରୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଏଥିରେ ବହୁ ସମାଜସେବୀ ମଧ୍ୟ ସାମିଲ ହୋଇଥିଲେ l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ