ETV Bharat / state

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ବିକ୍ଷୋଭ - ରାଷ୍ଟ୍ରୀୟ ମଜଦୁର କଂଗ୍ରେସ

ନୟାଗଡ ଶାଖାର ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କେନ୍ଦ୍ର ସରକାରଙ୍କ କୃଷକ ମାରଣନୀତିକୁ ବିରୋଧ କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

Congress protests against central and state government
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ବିକ୍ଷୋଭ
author img

By

Published : Nov 7, 2020, 6:43 PM IST

ନୟାଗଡ: ରଣପୁର ତହସିଲ ସମ୍ମୁଖରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜୋରଦାର ଆନ୍ଦୋଳନ କରିଛି । କେନ୍ଦ୍ର ସରକାରଙ୍କ କୃଷକ ମାରଣନୀତିକୁ ବିରୋଧ କରି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ନୟାଗଡ ଶାଖା ତରଫରୁ ଏହି ବିକ୍ଷୋଭ କରାଯାଇଥିବା ସୂଚନା ମିଳିଛି ।

ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବି ଉଠାଇଛି । ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି, କେନ୍ଦ୍ର ସରକାରଙ୍କ ସରକାରୀ ଉଦ୍ୟୋଗକୁ ଘରୋଇକରଣ ଉଦ୍ୟମ, ଶ୍ରମ ଆଇନକୁ ବାତିଲ କରିବା ଆଦି ଏଭଳି ଅନେକ ଦାବିକୁ ନେଇ ରଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ନୟାଗଡ ଶାଖା ତରଫରୁ ପ୍ରତିବାଦ କରାଯାଇଥିଲା l

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ବିକ୍ଷୋଭ

ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରଣପୁର ତହସିଲଦାରଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା । ଏଥିରେ ନୟାଗଡ଼ ଜିଲ୍ଲାର କଂଗ୍ରେସ ସଭାପତି ସତ୍ୟବ୍ରତ ନାୟକ, ରଣପୁର ବ୍ଲକର କଂଗ୍ରେସ ସଭାପତି ପ୍ରସନ୍ନ କୁମାର ସାମନ୍ତରାୟ, ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ମିର ଆବୁବକର ସିଦ୍ଧିକ ଏବଂ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ସୂଚନା ମିଳିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.