ନୟାଗଡ଼଼: ନୟାଗଡ଼ରେ ପୁଣି ଏକ ବାଲ୍ୟ ବିବାହକୁ ବନ୍ଦ କରିଛି ଚାଇଲ୍ଡ ଲାଇନ l ନଭେମ୍ବର ୨୩ରେ ଗଣିଆ ଅଞ୍ଚଳର ଜଣେ ୧୭ ବର୍ଷିୟା ନାବାଳିକାଙ୍କ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ଜଣେ ଯୁବକ ସହ ବିବାହ ଅନୁଷ୍ଠିତ ହେବାକୁ ଥିଲା l
କନ୍ୟା ଜଣକ ନାବାଳିକା ଥିବା ଖବର ମିଳିଥିଲା l ଏହି ଖବରପାଇ ଚାଇଲ୍ଡ ଲାଇନ୍ ସଦସ୍ୟ, ପୋଲିସ ଓ ଆସିଡିଏସ କର୍ମଚାରୀ ନାବାଳିକାଙ୍କ ଘରେ ଚଢ଼ାଉ କରିଥିଲେ l ନାବାଳିକାକୁ ବୟସ ହୋଇନଥିବାରୁ ବିବାହ ହୋଇପାରିବ ନାହିଁ ବୋଲି ଚାଇଲ୍ଡ ଲାଇନ୍ ଏବଂ ପୋଲିସ ପ୍ରଶାସନ ଝିଅର ପରିବାରକୁ ବୁଝାଇଥିଲେ l
ପରେ ପରିବାର ଲୋକେ ବିବାହ ନକରାଇବା ପାଇଁ ଏକ ଲିଖିତ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି । ପରିବାର ଲୋକଙ୍କ କଥାରେ ସନ୍ତୁଷ୍ଟ ହେବା ପରେ ପ୍ରଶାସନ ଏବଂ ଚାଇଲ୍ଡ ଲାଇନ ଝିଅ ଘରୁ ଫେରିଥିଲା l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ