ETV Bharat / state

ଶ୍ମଶାନ ନୁହେଁ ତ ଇନ୍ଦ୍ରଭବନ ! ଥରେ ଗଲେ ଫେରିବାକୁ ହୁଏନି ମନ - cemetery

ଶ୍ମଶାନ ନାଁ ଶୁଣିଲେ ଅନେକ ଭୟ କରିଥାନ୍ତି । ହେଲେ ନୟାଗଡ ଜିଲ୍ଲା ବିରୁଡ଼ା ପଞ୍ଚାୟତରେ ଏମିତି ଏକ ଶ୍ମଶାନ ରହିଛି ଯାହାର ସୌନ୍ଦର୍ଯ୍ୟ ମନକୁ ମୋହିତ କରିଛି । ଏକଦା ଖାଁ ଖାଁ ଥିବ ଶ୍ମଶାନ ଜନ ଗହଳି ପୂର୍ଣ୍ଣ ହୋଇଛି । ଅଧିକ ପଢନ୍ତୁ...

ଶ୍ମଶାନ ନୁହେଁ ତ ଇନ୍ଦ୍ରଭବନ; ଥରେ ଗଲେ ଫେରିବାକୁ ହୁଏନି ମନ

author img

By

Published : Jul 25, 2021, 12:41 PM IST

ନୟାଗଡ: ମଣିଷ ଯେତେବେଳେ ଶେଷ ନିଶ୍ବାସ ତ୍ୟାଗ କରେ ସେତେବେଳେ ସେ ଶ୍ମଶାନକୁ ଯାଏ । ଶ୍ମଶାନ ନାଁ ଶୁଣିଲେ ଅନେକ ଭୟ କରିଥାନ୍ତି । ହେଲେ ସେହି ଶ୍ମଶାନ ଯେତେବେଳେ ପାର୍କରେ ପରିଣତ ହୁଏ ସେଠାକୁ ଲୋକଙ୍କର ସୁଅ ଛୁଟିଥାଏ । ଶ୍ମଶାନ ପାଲଟିଛି ଇନ୍ଦ୍ରଭବନ । ଯାହାକୁ ଦେଖିଲେ ସେହି ବାଟ ଦେଇ ଯାଉଥିବା ପଥିକଟି ଦଣ୍ଡେ ଅଟକି ଯାଏ । ଶ୍ମଶାନର ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ବିରୁଡା ଗ୍ରାମରେ ।

ଶ୍ମଶାନ ନୁହେଁ ତ ଇନ୍ଦ୍ରଭବନ; ଥରେ ଗଲେ ଫେରିବାକୁ ହୁଏନି ମନ

ବିରୁଡ଼ା ଗ୍ରାମ ପଞ୍ଚାୟତ ମନରେଗା ଆଦି ଫଣ୍ଡରୁ ଶ୍ମଶାନର ରୂପ ବଦଳାଯାଇ ଏକ ମଡେଲ ଶ୍ମଶାନରେ ପରିଣତ ହୋଇଛି । ବିରୁଡା ଗାଁ ଶ୍ମଶାନ ଏବେ ଲୋକଙ୍କ ପାଇଁ ପାଲଟିଛି ସେଲ୍ଫି ସ୍ପଷ୍ଟ । ଶ୍ମଶାନଟି କୌଣସି ପାର୍କଠାରୁ କିଛି କମ ନୁହେଁ । ଶ୍ମଶାନକୁ ଯେକେହି ବି ଦେଖିଲେ ଘଡ଼ିଏ ବିତାଇବାକୁ ଇଚ୍ଛା କରିଥାଏ । ଶ୍ମଶାନରେ ଅନେକ ଦେବାଦେବୀଙ୍କ ସମେତ ସିମେଣ୍ଟ ତିଆରି ପଶୁ ପକ୍ଷୀ ଏବଂ ବହୁ ମୁନି ଋଷିଙ୍କ ମୂର୍ତ୍ତି ସ୍ଥାପନ ହୋଇଛି । ଏକଦା ଖାଁ ଖାଁ ଥିବା ଶ୍ମଶାନ ଏବେ ଜନଗହଳି ପୂର୍ଣ୍ଣ ହୋଇଛି । କେବଳ ସେତିକି ନୁହେଁ, ଅହିଂସାର ବାର୍ତ୍ତା ସହ ଶ୍ରବଣ କୁମାରଙ୍କ ପିତୃ ଭକ୍ତିର ବାର୍ତ୍ତାକୁ ବାଣ୍ଟୁଛି ଏହି ଶ୍ମଶାନ l ସ୍ବର୍ଗଧାମର ପରି ମନେ ହୁଏ ଶ୍ମଶାନ । ଥରେ ବୁଲିବାକୁ ଗଲେ ଆଉ ଫେରିବାକୁ ମନ ହୁଏନି ।

ବିରୁଡ଼ା ଗ୍ରାମ ପଞ୍ଚାୟତ ମନରେଗା ଆଦି ଫଣ୍ଡରୁ ଶ୍ମଶାନକୁ ମଡେଲ ଶ୍ମଶାନରେ ପରିଣତ କରାଯାଇଛି । ସରପଞ୍ଚ ବିଷ୍ନୁପ୍ରିୟା ସ୍ବାଇଁଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି l ନୟାଗଡ଼ର ବିଧାୟକ ଡ଼ ଅରୁଣ ସାହୁଙ୍କ ମଧ୍ୟ ଏହି କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଶ୍ମଶାନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ତଦାରଖ କରିଛନ୍ତି । ସମସ୍ତଙ୍କ ମିଳିତ ପ୍ରୟାସରେ ଏକ ସେଲ୍ଫି ସ୍ପଟ ପାଲଟିଛି ଗାଁ ଶ୍ମଶାନ । ଶ୍ମଶାନ ପ୍ରାଚୀରରେ "ଆଇ ଲଭ ୟୁ ବିରୁଡ଼ା "ଫଟୋ ପ୍ରେମୀଙ୍କୁ ବିଭୋର କରିଛି । ଭୂତ ପ୍ରେତର ଡ଼ର ଦୂର ହୋଇଛି । ବର୍ଷା ହେଉ କି ଖରା ସବୁ ସମୟରେ ମୃତଦେହ ସତ୍କାର ହୋଇଥାଏ । ଶ୍ମଶାନ ଲୋକଙ୍କ ମନକୁ ଆନନ୍ଦିତ କରିଛି । ଶ୍ମଶାନକୁ ଦେଖିଲେ ମନ ପ୍ରଫୁଲ୍ଲିତ ହୋଇଉଠେ । ପିଲାଠୁ ନେଇ ବୁଢା ସଭିଙ୍କ ପାଇଁ ଆକର୍ଷଣୀୟ ସ୍ଥାନ ହୋଇପାରିଛି ବିରୁଡ଼ା ଶ୍ମଶାନ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.