ନୟାଗଡ଼: ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ କଣ୍ଡରାସଂହ ଗାଁରେ ହୋଇଛି ବୋମା ମାଡ଼। ସୂଚନା ଅନୁସାରେ, ଆଜି ବଳଭଦ୍ରପୁର ପଞ୍ଚାୟତ ସେବା ସମବାୟ ସମିତି ନିର୍ବାଚନ ହେବାକୁ ଥିବାବେଳେ ଗତକାଲି ଦୁଇଜଣ ବ୍ୟକ୍ତି ଉକ୍ତ ଗ୍ରାମର କେଳୁଚରଣ ସ୍ବାଇଁଙ୍କ ଘରକୁ ଯାଇ ଏକ ନିଦ୍ଦିଷ୍ଟ ବ୍ୟକ୍ତିଙ୍କ ସପକ୍ଷରେ ଭୋଟ ଦେବା ପାଇଁ ବାଧ୍ୟ କରିବା ସହ କିଛି ଟଙ୍କା ନେବା ପାଇଁ କହିଥିଲେ। କିନ୍ତୁ, ଘରେ କେଳୁଚରଣ ସ୍ବାଇଁ ନଥିବାରୁ ତାଙ୍କ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ।
ଏଥିରେ ଉତକ୍ଷିପ୍ତ ହୋଇ ଜୈନିକ ବ୍ୟକ୍ତି ମାନେ କେଳୁଚରଣ ସ୍ବାଇଁଙ୍କ ପରିବାର ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ରାତ୍ର 1 ଘଟିକା ସମୟରେ ଘର ଉପରକୁ ବୋମାମାଡ଼ କରିଥିବା ନେଇ କେଳୁଚରଣ ସ୍ବାଇଁଙ୍କ ପରିବାର ଲୋକେ ଆଜି ରଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ରଣପୁର ଥାନା ପୋଲିସ ଘଟଣା ସ୍ଥଳରେ ଛାନଭିନ କରୁଛି।
ଇଟିଭି ଭାରତ, ନୟାଗଡ଼