ETV Bharat / state

ମହାମାରୀ ସମୟରେ ୧୦୪ ୟୁନିଟ୍ ରକ୍ତ ସଂଗ୍ରହ - ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ମହାମାରୀ କୋରୋନା ସମୟରେ ରକ୍ତର ଅଭାବ ଦୂର କରିବାକୁ ନୟାଗଡରେ ରକ୍ତଦାନ ଶିିବିର ଆୟୋଜିତ ହୋଇଛି । ଅଧିକ ପଢନ୍ତୁ...

ମହାମାରୀ ସମୟରେ ୧୦୪ ୟୁନିଟ୍ ରକ୍ତ ସଂଗ୍ରହ
ମହାମାରୀ ସମୟରେ ୧୦୪ ୟୁନିଟ୍ ରକ୍ତ ସଂଗ୍ରହ
author img

By

Published : Nov 16, 2020, 7:23 AM IST

ନୟାଗଡ: କୋରୋନା ମହାମାରୀ ସମୟରେ ରକ୍ତର ଅଭାବ ଦେଖାଦେଇଛି । ରକ୍ତ ଅଭାବରୁ ଯେପରି କାହାର ମୃତ୍ୟୁ ନ ହେବ ତାହାକୁ ଦୃଷ୍ଟିରେ ରଖି ନୟାଗଡ ଜିଲ୍ଲା ଓଡଗାଁ ସ୍ଥିତ କଲ୍ୟାଣମଣ୍ଡପରେ ଓଡିଶା ମୋ ପରିବାର କଲ୍ୟାଣ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଛି ।

ମହାମାରୀ ସମୟରେ ୧୦୪ ୟୁନିଟ୍ ରକ୍ତ ସଂଗ୍ରହ

କୋରୋନା ପାଇଁ ଅନେକ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିପାରୁ ନାହାନ୍ତି । ଫଳରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖା ଦେଇଛି । ରକ୍ତର ଅଭାବ ଦୂର କରିବାକୁ ରାଜ୍ୟ ସରକାରଙ୍କ ‘ଓଡିଶା ମୋ ପରିବାର’ ଆନୁକୂଲ୍ୟରେ ନୟାଗଡରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଆୟୋଜିତ ଶିବିରରୁ ମୋଟ 104ୟୁନିଟ ରକ୍ତ ସଂଗ୍ରହ ହୋଇଛି । ଶିବିରରେ ପ୍ରାୟ 80ରୁ ଅଧିକ ଲୋକ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ । ରକ୍ତ ଦାନ କରିବା ସମୟରେ ସେମାନେ ବେଶ୍ ଉତ୍ସାହିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ଜୀବନ ବିନ୍ଦୁ ବ୍ଲକ ସଂଯୋଜକ ଲୋକନାଥ ସାହୁ ଯୋଗ ଦେଇ ଆନୁଷ୍ଠନିକ ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ଡାକ୍ତର ଭାଗିରଥି ପ୍ରଧାନ ରକ୍ତ ସଂଗ୍ରହ କରିଥିବାବେଳେ ରବୀନ୍ଦ୍ରନାଥ ସାହୁ ,ଦେବାଶିଷ ରାଉତ ,ସରୋଜ କୁମାର ସାହୁ ,ଏବଂ ଅଜୟ କୁମାର ପଟ୍ଟନାୟକ ତାଙ୍କୁ ସହାୟତା କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । କୋରୋନାର ସମସ୍ତ ନିୟମକୁ ମାନି ଶିବିର ଆୟୋଜିତ ହୋଇଥିଲା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.