ETV Bharat / state

ଅଫତାବଙ୍କ ଘର ଆଗରେ କାଳିଆ ପାଇଁ ପୁଷ୍ପର ସମ୍ଭାର - ନୟାଗଡର ଅଫତାବ

ଜଗନ୍ନାଥ ପ୍ରେମୀ ଅଫତାବ, ଦ୍ବିତୀୟ ସାଲବେଗ ଭାବେ ବେଶ ପରିଚିତ । ନିଜ ଘରେ ସୃଷ୍ଟି କରିଛନ୍ତି ଭଳିକି ଭଳି ସୁନ୍ଦର ପୁଷ୍ପର ଭଣ୍ଡାର । ଆଉ ଏହି ଆକର୍ଷଣୀୟ ବଗିଚାକୁ ଖାସ କଳା ଠାକୁରଙ୍କ ପାଇଁ ସମର୍ପିତ କରିଛନ୍ତି ସେ । ଶୁଣନ୍ତୁ ଏହି ବଗିଚା ନେଇ କ’ଣ କୁହନ୍ତି ଅଫତାବ ..

କାଳିଆ ପାଇଁ ପୁଷ୍ପର ସମ୍ଭାର କଲେ ଅଫତାବ
କାଳିଆ ପାଇଁ ପୁଷ୍ପର ସମ୍ଭାର କଲେ ଅଫତାବ
author img

By

Published : Jun 24, 2021, 8:02 PM IST

ନୟାଗଡ: ଅଫତାବ ହୁସେନ । ଅଳ୍ପ ବହୁତେ ଆପଣ ବି ଜାଣିଥିବେ ଏହି ପରିଚିତ ଚେହେରାକୁ । 2020 ଐତିହାସିକ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ଅଫତାବ ଦ୍ବିତୀୟ ସାଲବେଗ ଭାବେ ବେଶ ପରିଚିତ । ଏହି ଜଗନ୍ନାଥ ପ୍ରେମୀ ନିଜ ଘରେ ସୃଷ୍ଟି କରିଛନ୍ତି ଭଳିକି ଭଳି ସୁନ୍ଦର ପୁଷ୍ପର ଭଣ୍ଡାର । ଆଉ ଏହି ଆକର୍ଷଣୀୟ ବଗିଚାକୁ ଖାସ କଳା ଠାକୁରଙ୍କ ପାଇଁ ସମର୍ପିତ କରିଛନ୍ତି ଅଫତାବ । ଖିଲିଖିଲି ହସୁଥିବା ଏ ଫୁଲ ବଖାଣୁଛି ଅଫତାବଙ୍କ ଜଗନ୍ନାଥ ଭକ୍ତି । ଶୁଣନ୍ତୁ ଏହି ବଗିଚା ନେଇ କଣ କୁହନ୍ତି ଅଫତାବ ଓ ତାଙ୍କ ପରିବାର ..

କାଳିଆ ପାଇଁ ପୁଷ୍ପର ସମ୍ଭାର କଲେ ଅଫତାବ

ପୁଷ୍ପ ରସିକ ଅନ୍ୟନ୍ୟ ସାଲବେଗ । ନିଜ ପାଇଁ ପୁଷ୍ପ ରସିକ ନୁହନ୍ତି, କଳା ଠାକୁରଙ୍କ ପାଇଁ ଏ ବଗିଚା । ନିଜେ ଆତ୍ମତୃପ୍ତି ପାଇବା ପାଇଁ ଏବଂ ଏହି ବଗିଚାରୁ କାଳିଆ ଠାକୁରଙ୍କ ପାଖେ ନୀତି ଫୁଲ ଲାଗିଥାଏ । ଏହି ବଗିଚାରେ ଫୁଟୁ ଥିବା ଫୁଲ ଜଗନ୍ନାଥଙ୍କ ପାଖେ ଲାଗି ହୋଇଥାଏ । ଜଣେ ମୁସଲମାନ ଯୁବକ ହୋଇଥିଲେ ମଧ୍ୟ ଜଗନ୍ନାଥଙ୍କୁ ବେଶ ଭଲ ପାଆନ୍ତି । ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ସେ । ଜଗନ୍ନାଥ ସଂସ୍କୃତିକୁ ଅଧ୍ୟୟନ କରନ୍ତି । ଏକାଧିକ ଫୁଲ ଏବଂ ଫଳ ଗଛକୁ ନେଇ ସୃଷ୍ଟି କରିଛନ୍ତି ବଗିଚା । ଅଫତାବ ହୁସେନଙ୍କ ସମେତ ପରିବାର ଲୋକେ ଏହାର ଯତ୍ନ ନେଇଥାନ୍ତି ।

ଗୋଲାପ, ମଲ୍ଲି ଆଦି ଅନେକ ପ୍ରକାର ଫୁଲରେ ଭର୍ତ୍ତି ହୋଇଛି ବଗିଚା । ଦେଖିଲେ ଲାଖି ଯାଉଛି ଆଖି । ଘଡ଼ିଏ ରହି ଦେଖିବାକୁ ମନ ହୁଏ । ଯୁକ୍ତ 3 ଶେଷ ବର୍ଷରେ ଛାତ୍ର ଅଫତାବ । ପାଠ ପଢ଼ିବା ସହ ଜଗନ୍ନାଥଙ୍କ ଉପରେ ଅଧୟନ କରନ୍ତି । ପୁଷ୍ପ ଏବଂ ସଙ୍ଗୀତ ତାଙ୍କୁ ଅଧିକ ଆନନ୍ଦ ଦେଉଥିବା କୁହନ୍ତି ।

ପଥଭ୍ରଷ୍ଟ ଯୁବ ସମାଜ ଆଗରେ ବଡ଼ ଉଦାହରଣ ହୋଇ ଛିଡ଼ା ହୋଇଛନ୍ତି ଅଫତାବ l କେବଳ ଏତିକି ନୁହେଁ, ସ୍ଥାନୀୟ ଅଞ୍ଚଳରେ ସାହିତ୍ୟିକ ସଭା ସମିତି କିମ୍ବା ସମାଜସେବା ମୂଳକ କାର୍ଯ୍ୟରେ ସକ୍ରିୟ ଅଂଶ ଗ୍ରହଣ କରନ୍ତି ଅଫତାବ l ଏକାଧାରରେ ସେ ସାହିତ୍ୟିକ, ଚିତ୍ରକର, ସଙ୍ଗୀତ ପ୍ରେମିଭାବେ ଜଣାଶୁଣା l ବର୍ତମାନ ସମୟରେ ପଥଭ୍ରଷ୍ଟ ଯୁବ ସମାଜ ପ୍ରତି ସେ ଉଦାହରଣ ନିଶ୍ଚୟ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.