ETV Bharat / state

କ୍ଲିନିକରେ ପୋଲିସ ଚଢାଉ, ଗର୍ଭପାତ ଅଭିଯୋଗରେ 5 ଗିରଫ

author img

By

Published : Aug 31, 2021, 8:59 PM IST

ନୟାଗଡ଼ର ଏକ ଘରୋଇ କ୍ଲିନିକରେ ଗର୍ଭପାତ କରାଯାଉଥିବା ଅଭିଯୋଗରେ ପୋଲିସର ଚଢାଉ । ମାଲିକ ଓ ନର୍ସ ସମେତ ମୋଟ 5 ଗିରଫ । ଅଧିକ ପଢନ୍ତୁ...

କ୍ଲିନିକରେ ପୋଲିସ ଚଢାଉ, ଗର୍ଭପାତ ଅଭିଯୋଗରେ 5 ଗିରଫ
କ୍ଲିନିକରେ ପୋଲିସ ଚଢାଉ, ଗର୍ଭପାତ ଅଭିଯୋଗରେ 5 ଗିରଫ

ନୟାଗଡ଼ : କ୍ଲିନିକରେ ଚାଲିଥିଲା ବେଆଇନ ଗର୍ଭପାତ l ଖବର ପାଇ ଚଢାଉ କଲା ପୋଲିସ। ନୟାଗଡ଼ ଟାଉନ ଥାନା ନିକଟସ୍ଥ ଆନନ୍ଦ ଭବନ କ୍ଲିନିକରେ ସ୍ପେସାଲ ସ୍କ୍ବାର୍ଡ ଏବଂ ଟାଉନ ଥାନା ପୋଲିସ ମିଳିତ ଚଢ଼ାଉ କରିଛି । କ୍ଲିନିକର ମାଲିକ ସତ୍ୟପ୍ରିୟ ସ୍ବାଇଁ ଓ ଗର୍ଭପାତ କରାଇବାକୁ ଆସିଥିବା ଜଣେ ମହିଳା ଓ ସେଠାରେ କାମ କରୁଥିବା ନର୍ସଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ । ଏହି ମମଲାରେ ମୋଟ 5 ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଚଢାଉ ପରେ ଉକ୍ତ କ୍ଲିନିକକୁ ସ୍ଥାନୀୟ ତହସିଲଦାର ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସିଲ କରିଛନ୍ତି। ବିଗତ ଦିନରେ ନୟାଗଡ଼ ସମଗ୍ର ଦେଶରେ କନ୍ୟାଭୃଣ ହତ୍ୟା ଘଟଣାରେ କଳଙ୍କିତ ହୋଇଥିବାବେଳେ ପୁଣି ପ୍ରଶାସନର ନାକତଳେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିବା ପ୍ରଶାସନ ଉଦାସୀନତାକୁ ପଦାରେ ପକାଇଛି । ତେବେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଅଭାବ କାରଣରୁ କ୍ଲିନିକ ମାଲିକମାନେ ଏଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରିଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.