ETV Bharat / state

ଗୁଡିଗାରେଡି ସନ୍ଦେହରେ ୪ ଜଣଙ୍କୁ ଖୁଆଇଲେ ବିଷ୍ଟା, ୬ ଘଣ୍ଟା ବାନ୍ଧି ନିର୍ଯାତନା - ଅମାନୁଷିକ ଘଟଣା

ନୟାଗଡର ଦଶପଲ୍ଲା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅମାନୁଷିକ ଘଟଣା । କଙ୍ଗାରୁ କୋର୍ଟ କରି ୪ ଜଣଙ୍କୁ ଖୁଆଇଲେ ଗଧ ଓ ମଣିଷ ବିଷ୍ଟା । ଅଧିକ ପଢନ୍ତୁ...

nayagarh
ସୀମା ଟପୁଛି ଅନ୍ଧ ବିଶ୍ବାସ; ୪ ଜଣଙ୍କୁ ଖୁଆଇଲେ ଗଧ ଓ ମଣିଷ ବିଷ୍ଟା
author img

By

Published : Oct 24, 2021, 10:59 PM IST

ନୟାଗଡ: ନୟାଗଡରେ ସୀମା ଲଂଘୁଛି ଅନ୍ଧବିଶ୍ବାସ l ଜିଲ୍ଲାର ଦଶପଲ୍ଲା ବ୍ଲକ୍ ଆଦିବାସୀ ଅଧ୍ୟୁଷିତ ଚଡେୟାପଲ୍ଲୀ ଗ୍ରାମରେ ଘଟିଛି ଏକ ଅମାନୁଷିକ ଘଟଣା । ଯାହାକୁ ନେଇ ଆଧୁନିକ ସମାଜରେ ମଣିଷର ମାନବିକତାକୁ ନେଇ ପ୍ରଶ୍ନ ଉଠିଛି l

ଗୁଡିଗାରେଡି ସନ୍ଦେହରେ ୪ ଜଣଙ୍କୁ ଖୁଆଇଲେ ବିଷ୍ଟା, ୬ ଘଣ୍ଟା ବାନ୍ଧି ନିର୍ଯାତନା

ଗତ ୬ ମାସ ତଳେ କୌଣସି କାରଣରୁ ମୃତ୍ୟୁବରଣ କରିଥିବା ଜଣେ ଲୋକର ମୃତ୍ୟୁ ଘଟଣାକୁ ନେଇ ଜଣେ ମହିଳା ନିଜକୁ ଠାକୁରାଣୀ ଆସିଛି ବୋଲି କହିବା ସହ ଗ୍ରାମର କିଛି ଲୋକଙ୍କୁ ଗୁଣି କରି ମାରି ଦେଇଛନ୍ତି କହିଥିଲେ । ଏହି ଘଟଣାରେ ଗ୍ରାମବାସୀମାନେ ସଭା ଡକାଇ କଙ୍ଗାରୁ କୋର୍ଟ କରି ଗ୍ରାମର ୪ ଜଣଙ୍କୁ ଖୁଣ୍ଟରେ ୬ ଘଣ୍ଟା ଧରି ବାନ୍ଧିରଖି ପ୍ରବଳ ମାଡ଼ ମାରିବା ସହ ସେମାନଙ୍କୁ ମଣିଷ ବିଷ୍ଟା ଏବଂ ଗଧ ବିଷ୍ଟା ଖୁଆଇଥିଲେ । ଏହି ନିର୍ଯାତନାର ଶିକାର ହୋଇଥିବା ୪ ଜଣ ବ୍ୟକ୍ତି ଗତ ୧୯ ତାରିଖରେ ବାଣିଗୋଛା ଥାନାକୁ ଆସି ଘଟଣା ଘଟାଇଥିବା ଗାଁର ସଂଜୟ ନାୟକ , ରୋହିତ ନାୟକ , କୃଷ୍ଣ ନାୟକ , ଅଲେଖ ପ୍ରଧାନ , ଭରତ ପ୍ରଧାନଙ୍କ ନାମରେ ଅଭିଯୋଗ କରିଥିଲେ । ଏହା ମଧ୍ୟରେ ୫ ଦିନ ବିତିଯାଇଥିଲେ ହେଁ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ଓଲଟି ବାଣୀଗୋଛା ପୋଲିସ୍ ଅଭିଯୋଗକାରୀମାନଙ୍କୁ ମାନସିକ ନିର୍ଯାତନା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଜୀବନ ବଞ୍ଚାଇବା ପାଇଁ ଅଭିଯୋଗକାରୀମାନେ ଜଙ୍ଗଲ ଭିତରେ ଲୁଚି ବୁଲୁଛନ୍ତି ।

ଏ ନେଇ ବାଣିଗୋଛା ଥାନା ଆଇଆଇସି ବୈଦ୍ୟନାରାୟଣ ଭୋଇଙ୍କ ସୂଚନା ମୁତାବକ ପୋଲିସ ଏହାର ତଦନ୍ତ କରୁଛି l ବାଣୀଗୋଛା ଥାନା କେସ୍ ନଂ ୫୮ / ତା - ୨୦ /୧୦/ ୨୦୨୧ ରେ କେସ୍ ପଞ୍ଜିକୃତ ଏହାର ତଦନ୍ତ ଚାଲିଛି l ତେବେ ଏହି ଘଟଣା ସାରା ଓଡ଼ିଶାରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ l ବରଂ ଆପୋଷ ବୁଝାମଣା କରିଦେବାକୁ ଚେଷ୍ଟା କରୁଥିବା ସୂଚନା ମିଳିଛି l

ନୟାଗଡରୁ ଜୟେନ୍ଦ୍ର ବେହେରା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.