ନୟାଗଡ଼: କୋରୋନାକୁ ହରାଇଲେ ଶହେ ବର୍ଷର ବୃଦ୍ଧା l ଏଭଳି ଏକ ଘଟଣା ନୟାଗଡ ଜିଲ୍ଲା ଖଣ୍ଡପଡା କୋଭିଡ ହସ୍ପିଟାଲରେ ଦେଖିବାକୁ ମିଳିଛି l
ମହୀପୁରର ସୁମନ୍ତୀ ନାୟକ ଚଳିତ ମାସ 5 ତାରିଖରେ କୋଭିଡରେ ଆକ୍ରାନ୍ତ ହୋଇଥିଲେ l ଅମ୍ଳଜାନ ଅଭାବ ହେବାରୁ ତାଙ୍କୁ ଖଣ୍ଡପଡା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l ତାଙ୍କର ବୟସ 100 ବର୍ଷରୁ ଉର୍ଦ୍ଧ୍ବ ହୋଇଥିବାରୁ ଡାକ୍ତର ପ୍ରଦୀପ କୁମାର ପାଇକରାୟ ଚିନ୍ତାରେ ପଡ଼ି ଯାଇଥିଲେ l
ଡାକ୍ତର ଓ ନର୍ସଙ୍କ ପରିଶ୍ରମ ଓ ସ୍ନେହ ଶ୍ରଦ୍ଧାରେ କୋଭିଡ ଭୁତାଣୁ ତାଙ୍କ ଠାରୁ ଦୂରେଇ ଯାଇଥିଲା l 16 ତାରିଖ ଦିନ ସେ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି l ବୟସ ଓ ସୁସ୍ଥ ହେବାର ଇଛାଶକ୍ତି ଆଗରେ ଭୂତାଣୁ ଦୁରେଇ ଯାଇଥିବାରୁ ସମସ୍ତେ ପ୍ରଶଂସା କରିଛନ୍ତି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ