ETV Bharat / state

ମହାମାରୀକୁ ନାଶ ପାଇଁ ଧୂପ-ଧୂଆଁ ଦେଲେ ଯୁବଗୋଷ୍ଠୀ - କୋରୋନା ମହାମାରୀ

ନବରଙ୍ଗପୁର ଚନ୍ଦାହାଣ୍ଡି ଅଞ୍ଚଳରେ ମହାମାରୀକୁ ନାଶ କରିବା ପାଇଁ ପାରମ୍ପରିକ ନୀତିକୁ ଗ୍ରହଣ କରିଛନ୍ତି ଯୁବଗୋଷ୍ଠୀ । ଅଧିକ ପଢନ୍ତୁ...

ମହାମାରୀକୁ ନାଶ ପାଇଁ ହୋମ-ଧୂପ-ଧୂଆଁ ଦେଲେ ଯୁବଗୋଷ୍ଠୀ

author img

By

Published : May 22, 2021, 9:39 AM IST

ନବରଙ୍ଗପୁର: ମହାମାରୀ କରୋନା ସମଗ୍ର ଦେଶକୁ ନିଜ ଆୟତ୍ତକୁ ନେଇ ସାରିଥିବା ବେଳେ ଏଥିରେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଗ୍ରାମାଞ୍ଚଳର ଜନତା । ଏଭଳି ପରିସ୍ଥିତିରେ ପାରମ୍ପରିକ ଉପାୟରେ କୋରୋନା କବଳରୁ ନିଜକୁ ତଥା ନିଜ ଗ୍ରାମକୁ ବଞ୍ଚାଇବାକୁ ଅଣ୍ଟା ଭିଡିଛନ୍ତି ଯୁବଗୋଷ୍ଠୀ । ଘର ଘର ବୁଲି ହୋମ କରିବା ସହ ସମଗ୍ର ଗ୍ରାମରେ ଧୂପ ଓ ଧୂଆଁ ଦେଇ ବାୟୁମଣ୍ଡଳକୁ ଭାଇରସ୍ ମୁକ୍ତ କରିବାରେ ଲାଗିଛନ୍ତି ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଞ୍ଚଳରେ ।

ମହାମାରୀକୁ ନାଶ ପାଇଁ ହୋମ-ଧୂପ-ଧୂଆଁ ଦେଲେ ଯୁବଗୋଷ୍ଠୀ

ପ୍ରଶାସନର ଉଦାସୀନତା ଓ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଯୋଗୁଁ ବହୁ ଜୀବନ ଅକାଳରେ ଚାଲି ଯାଉଥିବା ଦୃଶ୍ୟ ଏବେ ସମସ୍ତଙ୍କୁ ବିଚଳିତ କରିଛି । ଏଣୁ ଯୁବଗୋଷ୍ଠୀ ପାରମ୍ପାରିକ ନୀତିକୁ ଆପଣାଇଛନ୍ତି । ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମୋତିଗାଁ ଗ୍ରାମକୁ କୋରୋନା ମୁକ୍ତ କରିବା ପାଇଁ ଗ୍ରାମର କେତେ ଜଣ ଯୁବକ ଘର ଘର ବୁଲି ହୋମ ନିମନ୍ତେ ବ୍ୟବହୃତ ବିଭିନ୍ନ ପ୍ରକାର ସାମଗ୍ରୀ ବଣ୍ଟନ କରିବା ସହ ନିଜ ଘରେ ରହି ହୋମ କରିବାରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦେଇଥିଲେ ।

ଏହାସହିତ ସାଇକେଲ ଯୋଗେ ସମଗ୍ର ଗ୍ରାମରେ ଧୂପ ଓ ଧୂଆଁ ଦେଇ ବାୟୁମଣ୍ଡଳକୁ ଭାଇରସ୍ ମୁକ୍ତ କରୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଗ୍ରାମର ସମସ୍ତ ବ୍ୟକ୍ତି ଏଭଳି କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ସେପଟେ ମୋତିଗାଁ ଗ୍ରାମରେ ମହାମାରୀ କୋରୋନା ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ବହୁ ଲୋକ ଆକ୍ରାନ୍ତ ଥିବା ଜଣାପଡିଛି ।

ଅନ୍ୟପଟେ ବ୍ଲକରେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ନଥିବା ସହ ପ୍ରଶାସନ ପକ୍ଷରୁ ଟିକା ଦିଆଯାଉ ନଥିବାରୁ ଲୋକେ ଏବେ ଅନ୍ଧ ବିଶ୍ବାସର ସାହାରା ନେବାକୁ ପଛାଉ ନଥିବା ବୁଦ୍ଧିଜୀବୀ ନିଜ ମତ ପ୍ରକାଶ କରୁଥିବାବେଳେ ଏ ସମ୍ପର୍କରେ କୌଣସି ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.