ETV Bharat / state

ମଣ୍ଡିରୁ ଉଠୁନି ଧାନ, ରାତି ସାରା ଜଗୁଛନ୍ତି ମା’ ଓ ଛୁଆ

ମଣ୍ଡିରୁ ଉଠୁନି ଧାନ । ରାତି ସାରା ମଣ୍ଡିରେ ନିଜ 5 ବର୍ଷର ଶିଶୁକନ୍ୟା ସହ ଧାନ ଜଗୁଛନ୍ତି ମହିଳା । ଖୋଲା ମେଲା ଆକାଶ ତଳେ 16 କୁଇଣ୍ଟାଲ ଧାନକୁ 18 ଦିନ ହେବ ଜଗି ରହିଛନ୍ତି ମହିଳା । ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଭରମାଝୀଗୁଡା ଗାଁରେ ଦେଖିବାକୁ ମିଳିଛି ଏହି ଦୟନୀୟ ଦୃଶ୍ୟ ।

author img

By

Published : Mar 3, 2021, 8:25 AM IST

ମଣ୍ଡିରୁ ଉଠୁନି ଧାନ, ରାତି ସାରା ଜଗୁଛନ୍ତି ମହିଳା

ନବରଙ୍ଗପୁର:ମଣ୍ଡିରୁ ଉଠୁନି ଧାନ । ରାତି ସାରା ମଣ୍ଡିରେ ନିଜ 5 ବର୍ଷର ଶିଶୁକନ୍ୟା ସହ ଧାନ ଜଗୁଛନ୍ତି ମହିଳା । ଖୋଲା ମେଲା ଆକାଶ ତଳେ 16 କୁଇଣ୍ଟାଲ ଧାନକୁ 18 ଦିନ ହେବ ଜଗି ରହିଛନ୍ତି ମହିଳା । ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଭରମାଝୀଗୁଡା ଗାଁରେ ଦେଖିବାକୁ ମିଳିଛି ଏହି ଦୟନୀୟ ଦୃଶ୍ୟ ।

ପ୍ରବଳ ମଶା ସାଙ୍ଗକୁ ବନ୍ୟ ଜନ୍ତୁଙ୍କ ଭୟ ଅଞ୍ଚଳ ଗୁମ୍ମା ଗାଁ ରୁ ୫ ଶହ ମିଟର ଦୂରରେ ଥିବା ଧାନ ମଣ୍ଡି ପଡ଼ିଆରେ ବସି ରହିଛନ୍ତି । ସେ ପ୍ରତିଦିନ ସନ୍ଧ୍ୟାରେ ୭ କିଲୋମିଟର ଦୂରରେ ଥିବା ମାଝୀଗୁଡାଗାଁରୁ ଆସୁଛନ୍ତି । ପୁଣି ଭୋରୁ ଭୋରୁ ୭ କିଲୋମିଟର ଗାଁକୁ ଯାଉଛନ୍ତି । ପର ପୁରୁଷମାନଙ୍କ ମଧ୍ୟରେ ଜଣେ ମହିଳା କାଠ ହୋଇ ଜଗି ବସୁଛନ୍ତି।

ଭରମାଝୀଗୁଡା ଗାଁର ବିବେକା ହରିଜନ । ୨୫ ସେଣ୍ଟ ଚାଷ ଜମିରେ 16 କ୍ବିଣ୍ଟାଲ ଧାନ ଅମଳ କରିଥିଲେ । ଯାହାକୁ ବିବେକା ପାଇଁ ଟୋକେନ୍ ବି ପାଇଥିଲେ । ସେଥିପାଇଁ ମଣ୍ଡିକୁ ବି ଧାନ ନେଇକି ଯାଇଥିଲେ । ହେଲେ ଲ୍ୟାମ୍ପ ନେଲାନି କି ମିଲର୍‌ ଧାନ ଉଠାଇଲେ ନାହିଁ । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିବେକା ହରିଜନ। ୨୦୫ ଚାଷୀଙ୍କ ୧୬ ହଜାର କୁଇଣ୍ଟାଲ ଧାନ ମଣ୍ଡିରେ ପଡିକି ରହିଛି । ପ୍ରଶାସନ ନା ନିର୍ବାଚିତ ପ୍ରତିନିଧି କେହିବି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.