ନବରଙ୍ଗପୁର: ସରକାରୀ ଗାଡିରେ 3 ଲକ୍ଷ 11 ହଜାର ଟଙ୍କା ନେଇକି ଯାଉଥିବା ସମୟରେ ITDA ବିଭାଗର 3 ଯନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ଗାଡି ସହିତ 3 ଯନ୍ତ୍ରୀଙ୍କୁ ଅଟକ ରଖି ଭିଜିଲାନ୍ସ ଅଧିକ ପଚରାଉଚରା କରୁଛି ।
କଷାଗୁମୁଡା,ଡାବୁଗାଁ ଦାୟିତ୍ବରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନ, ଉମରକୋଟ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ ଓ ରାଇଘର, ଉମରକୋଟ ଦାୟିତ୍ବରେ ଥିବା ବୈକୁଣ୍ଠନାଥ ବେହେରା ଟଙ୍କା ନେଇକି ଉମରକୋଟ ଅଭିମୁଖେ ଯାଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
- ସରକାରୀ ଗାଡିରେ ନେଉଥିଲେ ଟଙ୍କା
- ଟଙ୍କା ଜବତ କରିବା ସହିତ 3 ଜଣଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟରେ ରଖାଯାଇଛି ଅଟକ
ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇଁ ଭିଜିଲାନ୍ସ ଟିମ୍ ପାପଡାହାଣ୍ଡି ମୃଗବିହାର ନିକଟରେ ଯନ୍ତ୍ରୀ ମାନଙ୍କୁ ଅଟକାଇ ଗାଡିକୁ ଯାଞ୍ଚ କରିଥିଲା । ଏହି ସମୟରେ ବ୍ୟାଗ୍ରୁ ଏତେ ଟଙ୍କା ବାହାରିବା ପରେ ଗାଡି ସହ 3 ଜଣଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରୁଛି ।
ତେବେ ତଦନ୍ତ ପରେ ସବୁ ଘଟଣା ସ୍ପଷ୍ଟ ହୋଇଯିବ ବୋଲି ନବରଙ୍ଗପୁର ଭିଜିଲାନ୍ସ ଭାରପ୍ରାପ୍ତ ଡିଏସପି କହିଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ