ETV Bharat / state

ଦଲାଲମୁକ୍ତ ହେବ ହସ୍ପିଟାଲ, ପୁଣି ଦୁଇ ଦଲାଲ ଗିରଫ

author img

By

Published : Sep 27, 2019, 11:38 PM IST

ବୁଧବାର ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ 3 ଜଣ ଦଲାଲ ପୋଲିସ ହାବୁଡରେ ପଡିଥିବାବେଳେ ଆଜି ପୁଣି ଆଉ ଦୁଇ ଜଣ ଦଲାଲକୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୁଡରେ ରାଜ୍ୟ ପୋଲିସ । ରାଜ୍ୟର ବିଭିନ୍ନ ଚିକିତ୍ସାଳୟରେ ପୋଲିସର ଚଢାଉ ଜାରି ରହିଛି । ଗତକାଲି (ବୁଧବାର) ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ 3 ଜଣ ଦଲାଲ ପୋଲିସ ହାବୁଡରେ ପଡିଥିବା ବେଳେ ଆଜି (ଗୁରୁବାର) ପୁଣି ଆଉ ଦୁଇ ଜଣ ଦଲାଲକୁ ଗିରଫ କରିଛି ପୋଲିସ । ମେଡିକାଲ ଓ ଆରଟିଓକୁ ଦଲାଲମୁକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଯୋଗାଇଦେବା ନାଁରେ ଗରିବ ଲୋକଙ୍କ ଠାରୁ ଦଲାଲମାନେ ହଜାର ହଜାର ଟଙ୍କା ଲୁଟୁ ଥିବା ଅଭିଯୋଗ ଆସିଥିଲା । ଏହା ପରେ ପୋଲିସ ମେଡିକାଲରେ ଚଢାଉ କରି ପୁଣି ଦୁଇଜଣ ଦଲାଲଙ୍କୁ ଧରି ଥାନାରେ ଅଟକ ରଖିଛି । ଆଜି ନବରରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଓ ଜିଲ୍ଲା ପୋଲିସ ପ୍ରଶାସନ ଅଧିକାରୀ ନିତିନ କୁସଲକର ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନ କରିଛନ୍ତି ।

ଗତକାଲି ତିନି ଦଲାଲ ଗିରଫ ଘଟଣାରେ ତଦନ୍ତ କରିଛନ୍ତି ଖୋଦ ଜିଲ୍ଲାପାଳ । ଏହା ସହ ମୁଖ୍ୟ ଚିକିତ୍ସାଳୟର ସଭ୍ୟଗୃହରେ ସମସ୍ତ ମେଡ଼ିକାଲ କର୍ମଚାରୀଙ୍କ ସହିତ ଏକ ବୈଠକ କରିଥିଲେ । ଏହି ବୈଠକରେ ମେଡିକାଲର ଚତୁଃପାର୍ଶ୍ବରେ ସିସି କ୍ୟାମେରା ସହିତ ସିସିଟିଭି ରେକଡିଂ ବି ତଦନ୍ତ କରାଯିବ ବୋଲି ଆଲୋଚନା ହୋଇଛି । ସେପଟେ ବିନା ୟୁନିଫର୍ମରେ କିଛି ପୋଲିସ ଅଧିକାରୀ ସବୁଦିନ ମେଡିକାଲ ପରିଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି ନବରରଙ୍ଗପୁର ଏସପି ।

ସେପଟେ ଜିଲ୍ଲାରେ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହା ପରଠାରୁ ବିଭିନ୍ନ ମେଡିକାଲରେ ପୋଲିସ ଚଢାଉ କରିଛି । ଦୁଇ ଦିନ ମଧ୍ୟରେ ନବରଙ୍ଗପୁରରେ 5 ଦଲାଲ ଗିରଫ ହୋଇଛନ୍ତି । ସେହିପରି ଜଗତସିଂହପୁର, ଜୟପୁର, ରାଉରକେଲାରୁ ଗିରଫ ହେଲେ ୭ ଦଲାଲ । ଆଜି ସକାଳୁ ବର୍ତ୍ତମାନ ସୁଦ୍ଧା ସାରାରାଜ୍ୟରୁ ୧୭ ଜଣ ଦଲାଲ ଗିରଫ ହୋଇଥିବା ସୂଚନା ରହିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ- ପୁଣି ମୁଖ୍ୟଚିକିତ୍ସାଳୟରୁ ଦୁଇ ଜଣ ଦଲାଲ ଗିରଫ ।
ଫର୍ମାଟ - ଏଭିଵିଵି ୨୭/୦୯/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
--------------------------------------------------------------
ଆଙ୍କର - ଆଜି ନବରଙ୍ଗପୁର ପୋଲିସ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଚଢ଼ାଉକରି ରକ୍ତ ଯୋଗାଇଦେବା ନାରେ ଗରିବ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟୁ ଥିବା ପୁଣି ଦୁଇଜଣ ଦଲାଲଙ୍କୁ ଧରି ଥାନାରେ ଅଟକ ରଖିଛି । ଆଜି ନବରରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଓ ଜିଲ୍ଲା ପୋଲିସ ପ୍ରଶାସନ ଅଧିକାରୀ ନିତିନ କୁସଲକର ମୁଖ୍ୟଚିକିତ୍ସାଳୟକୁ ପରିଦର୍ଶନ କରିଛନ୍ତି । ଗତକାଲି ତିନଜଣ ରକ୍ତ ଯୋଗାଇଦେବା ନାରେ ଦଲାଲ ଗିରଫ ଘଟଣା ତଦନ୍ତ କରିଛନ୍ତି ନିଜେ ଜିଲ୍ଲାପାଳ ।ଏବଂ ମୁଖ୍ୟଚିକିତ୍ସାଳୟରେ ସଭ୍ୟଗୃହ ରେ ସମସ୍ତ ମେଡ଼ିକାଲ କର୍ମଚାରୀଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହେଇଥିଲା ।ମେଡିକାଲର ଚତୁର୍ଥପାର୍ଶ୍ୱ ସିସି କେମେରା ଲଗାଯିବ ସହିତ ସିସିଟିଭି ରେକଡିଂବି ତଦନ୍ତ କରାଯିବ । ବିନା ୟୁନିଫର୍ମରେ କିଛି ପୋଲିସ ଅଧିକାରୀ ମାନେ ସବୁଦିନ ପରିଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି ନବରରଙ୍ଗପୁର ଏସପି ।ଏହି ଦଲାଲ ମାନେ ରକ୍ତ ଆବଶ୍ୟକ ଥିବା ରୋଗୀଙ୍କ ସମ୍ପର୍କୀୟ ମାନଙ୍କର ନିସହାୟତାର ଫାଇଦା ଉଠାଇ ସେମାନଙ୍କୁ ରକ୍ତ ଯୋଗାଡ଼ କରିଦେବା ନାଁରେ ହଜାର ହଜାର ଟଙ୍କା ନେଉଥିଲେ । ବହୁଦିନରୁ ଏହି ଅଭିଯୋଗ ହୋଇ ଆସୁଥିବାବେଳେ ଦୁଇଦିନ ପାଞ୍ଚଜଣ ଦଲାଲ ଗିରଫ ହେଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ନବରଙ୍ଗପୁର ଏସ୍ପିଙ୍କ ନେତୃତ୍ୱରେ ହଠାତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଚଢ଼ାଉ କରି କାଲି ତିନି ଜଣଙ୍କୁ ଧରାଯାଇଛି। ଏବଂ ଏହି ଦୁଇଜଣ ନବରଙ୍ଗପୁର ର ବୋଲି ଜଣାପଡିଛି । ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେଇଯାଇଛି ।

ବାଇଟ -୧- ଡ଼ଃ ଅଜିତ କୁମାର ମିଶ୍ର ( ଜିଲ୍ଲାପାଳ ) ବାଇଟ -୨- ନିତିନ କୁସଲକର ( ଏସ ପି )Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.