ETV Bharat / state

ଆଳୁ ବୋଝେଇ ଟ୍ରକରେ ଲାଗିଲା ନିଆଁ

author img

By

Published : May 11, 2021, 4:11 PM IST

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲ ପୁର ବାବାଜୀ ଗୁଡା ନିକଟରେ ଏକ ଟ୍ରକରେ ଲାଗିଲା ନିଆଁ । ସର୍ଟସର୍କିଟ ଯୋଗୁଁ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଅଧିକ ପଢନ୍ତୁ...

truck-caught-fire-at-Nabarangpur
ଆଳୁ ବୋଝେଇ ଟ୍ରକରେ ଲାଗିଲା ନିଆଁ

ନବରଙ୍ଗପୁର: ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲ ପୁର ବାବାଜୀ ଗୁଡା ନିକଟରେ ଏକ ଟ୍ରକରେ ଲାଗିଲା ନିଆଁ । ସର୍ଟସର୍କିଟ ଯୋଗୁଁ ଗାଡ଼ିରେ ନିଆଁ ଲାଗିଯାଇଥିଲା ।

ଆଳୁ ବୋଝେଇ ଟ୍ରକରେ ଲାଗିଲା ନିଆଁ

ସୂଚନା ଅନୁଯାଇ, WB33 E 2699 ନମ୍ବର ଗାଡି ପଶ୍ଚିମବଙ୍ଗରୁ ଆଳୁ ବୋଝେଇ କରି ନବରଙ୍ଗପୁରକୁ ଯାଉଥିବା ବେଳେ ବାବାଜୀ ଗୁଡା ନିକଟରେ ଏକ ହୋଟେଲରେ ଖାଇବା ପାଁଇ ଅଟକି ରହିଥିଲେ । ସେଠାରେ କିଛି ସମୟ ଗଲାପରେ ସର୍ଟସର୍କିଟ ଯୋଗୁଁ ଗାଡ଼ିରେ ନିଆଁ ଲାଗିଯାଇଥିଲା । ତୁରନ୍ତ ଗାଡି ଡ୍ରାଇଭର ରାଇସ କୁମାର ପାନ ଓ ଗାଡିର ହେଲପର କାର୍ତ୍ତିକ ରାୟ ଘଟଣା ସମ୍ପର୍କରେ ମୈଦଳପୁର ପୋଲିସକୁ ଖବର ଦେଇଥିଲେ ।

ଗାଡି ଭିତରେ ରୋଷେଇ ପାଇଁ ରଖିଥିବା ଛୋଟ ଗ୍ୟାସ ସିଲିଣ୍ଡରଟି ବ୍ଲାଷ୍ଟ ହୋଇଯାଇଥିଲା । ଫଳରେ ହୁତୁ ହୁତୁ ହୋଇ ନିଆଁ ଜଳୁଥିବା ଦେଖିବାକୁ ମିଳିଛି ।

ଗାଡିଟିର ଆଗ ଅଂଶଟି ସମ୍ପୂର୍ଣ୍ଣ ପୋଡ଼ିଯାଇଛି କିନ୍ତୁ ଡାଲାରେ ଥିବା ଆଳୁ ଅଧା ପୋଡି ଯାଇଥିଲା ।

ଘଟଣା ସ୍ଥଳରେ ପାପଡାହାଣ୍ଡି ଅଗ୍ନିଶମ ପହଞ୍ଚି ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ । ମୈଦଳ ପୁର ପୋଲିସ ପହଞ୍ଚି ସେଠାରେ ବିପରୀତ ଦିଗରୁ ଆସୁଥିବା ଗାଡି ଗୁଡିକୁ ଅଟକାଇ ଥିଲେ ଓ ସୁରକ୍ଷାକୁ କଡା କଡ଼ି କରିଥିଲେ । ତେବେ ଅଳ୍ପକେ ଟ୍ରକ୍ ଡ୍ରାଇଭର ଓ ହେଲ୍ପର ବର୍ତ୍ତି ଯାଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.