ETV Bharat / state

ନବରଙ୍ଗପୁରରେ ଅଗ୍ନିବର୍ଷା, ଚାଷୀ ଠୁ ଦିନମଜୁରିଆ ସବୁ ବେହାଲ - rapid

ପ୍ରବଳ ଖରା, ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ନବରଙ୍ଗପୁରବାସୀ । ପ୍ରଚଣ୍ଡ ରୌଦ୍ରତାପରେ ଅତିଷ୍ଠ ହୋଇ କାଳ ବୈଶାଖୀକୁ ଅପେକ୍ଷା କରିଛନ୍ତି ଜିଲ୍ଲାବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : May 9, 2019, 3:27 PM IST

ନବରଙ୍ଗପୁର: ଗତ ସପ୍ତାହେ ହେଲା ନବରଙ୍ଗପୁର ଜିଲ୍ଲାରେ ବଢିଛି ତାପମାତ୍ରା । ପ୍ରବଳ ଖରା ,ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି ସାଧାରଣ ଜନତା । ଏତେ ମାତ୍ର।ରେ ଗରମ ହେଉଛି ଯେ ଯାହା ସହିବା ସାଧାରଣ ଲୋକଙ୍କ ପାଇଁ ମୁସ୍କିଲ ହୋଇପଡିଛି । ସକାଳ 10 ଟା ହେବା ମାତ୍ରକେ ଘରୁ ବାହାରି ହେଉନଥିବାବେଳେ ଶ୍ରମିକ ଓ କୁଲି ମଜୁରିଆମାନେ କାମ କରିବାକୁ ବାଧ୍ୟ ହେଉଛନ୍ତି । ସମସ୍ତେ ପ୍ରଚଣ୍ଡ ରୌଦ୍ରତାପରେ ଅତିଷ୍ଠ ହୋଇ ପଡିଥିବାବେଳେ କାଳ ବୈଶାଖୀକୁ ଅପେକ୍ଷା କରିଛନ୍ତି ଜିଲ୍ଲାବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଜୋରରେ ଗରମ ପବନ ବହୁଥିବାବେଳେ ଗୁଳୁଗୁଳିରେ ଅତିଷ୍ଠ ହେଉଛନ୍ତି ଲୋକେ । ବିଦ୍ୟୁତ କାଟ ସାଙ୍ଗକୁ ପ୍ରବଳ ଖରା ସମସ୍ତଙ୍କୁ ଦିନ ତମାମ ଛଟପଟ କରୁଛି । ଗାଁ ଅପେକ୍ଷା ସହରରେ ଗ୍ରୀଷ୍ମ ପ୍ରଭାବରେ ପେଶୀ ହୋଇ ଯାଉଛନ୍ତି ସହରୀ ବାସିନ୍ଦା । ପଙ୍ଖା, କୁଲର ଓ ଏସି କାମକୁ ଆସୁ ନଥିବାବେଳେ ଆଖୁ ରସ ଓ ଅନ୍ୟାନ୍ୟ ଥଣ୍ଡା ପାନୀୟ ପିଇ ଖରାକୁ ମୁକାବିଲା କରୁଛନ୍ତି ଲୋକେ ।

ନଦୀ ନାଳ ଓ ପାଇପ ଗୁଡିକରେ ଜଳସ୍ତର କମିଯାଇଥିବା ଦେଖିବାକୁ ମିଳିଛି । ଆଉ କିଛି ଦିନ ମଧ୍ୟରେ ଚାଷୀ ଜଳକଷ୍ଠରେ ପ୍ରଭାବିତ ହେବାର ଆଶଙ୍କା ଥିବାବେଳେ ଟିକିଏ ଗଛ ଛାଇରେ ଅଟକି ଯାଉଥିବା ଦୃଶ୍ୟ ହିଁ ବୟାନ କରୁଛି ନବରଙ୍ଗପୁର ଜିଲ୍ଲାରେ କେତେ ଭୟାନକ ପାଲଟିଛି ଖରା ।

ନବରଙ୍ଗପୁର ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.