ETV Bharat / state

ଧାନଜମିରେ ସଫଳ ପାନ ଚାଷ, ପଡୋଶୀ ରାଜ୍ୟରେ ବଢୁଛି ଚାହିଦା

ପ୍ରଥମଥର ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି ଧାନ ବିଲରେ ପାନପତ୍ର ଚାଷ । ବ୍ରହ୍ମପୁର ପରେ ଏବେ ନବରଙ୍ଗପୁର ପାନ ଲୋକଙ୍କ ମନ ଜିଣୁଛି ଏହା ସହ ପଡୋଶୀ ରାଜ୍ୟ ଛତିଶଗଡରେ ମଧ୍ୟ ଏହାର ଚାହିଦା ବଢିବାରେ ଲାଗିଛି । ଅଧିକ ପଢନ୍ତୁ...

ଧାନଜମିରେ ସଫଳ ପାନ ଚାଷ, ପଡୋଶୀ ରାଜ୍ୟରେ ବଢୁଛି ଚାହିଦା
ଧାନଜମିରେ ସଫଳ ପାନ ଚାଷ, ପଡୋଶୀ ରାଜ୍ୟରେ ବଢୁଛି ଚାହିଦା
author img

By

Published : Sep 2, 2021, 11:56 AM IST

ନବରଙ୍ଗପୁର: ଜିଲ୍ଲାରେ ଧାନ ବିଲରେ ସଫଳ ହୋଇଛି ପାନ ଚାଷ । ପ୍ରଥମଥର ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି ଧାନ ବିଲରେ ପାନପତ୍ର ଚାଷ । ବ୍ରହ୍ମପୁର ପରେ ଏବେ ନବରଙ୍ଗପୁର ପାନ ଲୋକଙ୍କ ମନ ଜିଣୁଛି ଏହା ସହ ପଡୋଶୀ ରାଜ୍ୟ ଛତିଶଗଡରେ ମଧ୍ୟ ଏହାର ଚାହିଦା ବଢିବାରେ ଲାଗିଛି ।

ଧାନଜମିରେ ସଫଳ ପାନ ଚାଷ, ପଡୋଶୀ ରାଜ୍ୟରେ ବଢୁଛି ଚାହିଦା

ଜିଲ୍ଲା ରାଇଘର ସହରରେ ଦୀର୍ଘ ୪୦ ଵର୍ଷରୁ ଉର୍ଦ୍ଧ୍ବ ସାମନ୍ତରା ପରିବାର ବ୍ରହ୍ମପୁରରୁ ପାନ ଆଣି ରାଇଘର ଉମରକୋଟ ଅଞ୍ଚଳରେ ବିକ୍ରି କରୁଥିଲେ । ବାପା ସଦାଶିବ ସାମନ୍ତରାଙ୍କ ବୟସ ବୃଦ୍ଧି ହେବାରୁ ସେ ଆଉ ଏହି କାମ କରିପାରିଲେ ନାହିଁ । ଏହା ପରେ ପୁଅ ବସନ୍ତ ଏହି ପାନ ବେପାରକୁ ଆଗକୁ ନେବା ପାଇଁ ବିଭିନ୍ନ ଜାଗାରୁ ପାନ ଆଣି ଦୋକାନରେ ଯୋଗାଉଥିଲେ । କୋରୋନା ମହାମାରୀ କାହାକୁ ମାରିଛି ତ କାହାକୁ ରୋଜଗାରର ନୂତନ ମାଧ୍ୟମ ଶିଖେଇଛି ।

ବସରେ ଯାତାୟତ ବାଧାପ୍ରାପ୍ତ ହେବାରୁ ପାନ ବେପାର ଠପ ହୋଇପଡିଥିଲା । ଫଳରେ ରୋଜଗାର ଚିନ୍ତାରରେ ଥିଲେ ବସନ୍ତ । ୟୁଟିବ୍ୟୁରପ ଦେଖି ନିଜ ବୁଦ୍ଧି ବଳରେ ଧାନ ଜମିର କିଛି ଜାଗାରେ ପାନ ଚାଷ ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ବିଭିନ୍ନ ଲୋକଙ୍କ ଠାରୁ ଧାର କରଜ କରି ଆଜି ଜଣେ ସଫଳ ପାନଚାଷୀ ହୋଇପାରିଛନ୍ତି ବସନ୍ତ । ଉମରକୋଟ ରାଇଘର ଅଞ୍ଚଳର ପାନ ଦୋକାନୀମାନେ ମଧ୍ୟ ବହୁତ ଖୁସି କାରଣ ବ୍ରହ୍ମପୁର ପାନଠାରୁ ଏବେ ନବରଙ୍ଗପୁରର ପାନ ଖୁବ ସୁଆଦିଆ ଲାଗୁଛି ।

ଏହି ପାନର ଚାହିଦା ଏବେ ପଡୋଶୀ ରାଜ୍ୟ ଛତିଶଗଡରେ ମଧ୍ୟ ହୋଇଗଲାଣି । ନବରଙ୍ଗପୁର ଜିଲ୍ଲାରେ ଯେଉଁ ସବୁ ଦୋକାନକୁ ଏହି ପାନପତ୍ର ଦିଆଯାଉଛି ଖୁବ କମ ଦରରେ ମିଳୁଥିବା ନେଇ ଦୋକାନୀମାନେ ଖୁସି ଅଛନ୍ତି । ତେବେ ସରକାରୀ ସ୍ତରରୁ କିଛି ଋଣ ମିଳିଳେ ସେମାନେ ଆହୁରି ଅଧିକ ପାନ ଚାଷ କରି ଅବିଭକ୍ତ କୋରାପୁଟ ଜିଲ୍ଲାକୁ ପାନ ପତ୍ର ଯୋଗାଇ ପାରିଥାନ୍ତେ ବୋଲି କହିଛନ୍ତି ବସନ୍ତ । କାରଣ ଏହି ପାନ ପତ୍ର ଚାଷ ଏ ଆଦିବାସୀ ଅଞ୍ଚଳ ପାଇଁ ପ୍ରଥମ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.