ETV Bharat / state

ଶ୍ବଶୁର ଘରୁ ସ୍କୁଲ ପାଚିକାଙ୍କ ମୃତଦେହ ଉଦ୍ଧାର, ବାପଘର ଆଣିଲେ ହତ୍ୟା ଅଭିଯୋଗ - ବଲାଙ୍ଗୀର ଖବର

ଶ୍ବଶୁର ଘରୁ ସ୍କୁଲ ପାଚିକାଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ

woman dead body recovered from house
woman dead body recovered from house
author img

By

Published : Jul 22, 2023, 11:37 AM IST

woman dead body recovered from house

ବଲାଙ୍ଗୀର: ସନ୍ଦେହଜନକ ଅବସ୍ଥାରେ ସ୍କୁଲ ପାଚିକାଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଫଲସାମାଲ ଗ୍ରାମରୁ । ମୃତକ ଜଣଙ୍କ ହେଉଛନ୍ତି ମୀରା ପ୍ରଧାନ । ସେ ଏକ ପ୍ରାଥମିକ ବିଦ୍ୟାଳୟରେ ପାଚିକା ଭାବରେ କାମ କରୁଥିଲେ । ଶୁକ୍ରବାର ଶ୍ବଶୁର ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଦଶ ବର୍ଷ ତଳେ ସରଗାଡ ଗ୍ରାମର ମୀରା ପ୍ରଧାନ ଫଲସା ମାଲ ଗ୍ରାମର ମାଣିକ ପ୍ରଧାନଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ଦୁଇ ଶିଶୁ ମଧ୍ୟ ରହିଛି । ଗତ ଦୁଇ ବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ସେ ସ୍ଥାନୀୟ ପ୍ରାଥମିକ ସ୍କୁଲରେ ପାଚିକା ଭାବରେ କାମ କରି ନିଜ ଶ୍ଵଶୁର ଘରେ ରହିବା ସହ ଦୁଇ ପିଲାଙ୍କ ପ୍ରତିପୋଷଣ କରୁଥିଲେ ।

ଏହା ମଧ୍ୟ ପଢନ୍ତୁ-ମଞ୍ଚେଶ୍ବର ଥାନା ସମ୍ମୁଖରୁ ଅଜଣା ମୃତଦେହ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ

ସେ ବିବାହ କରିବା ପର ଠାରୁ ତାଙ୍କ ଶ୍ବଶୁର ଘର ଲୋକେ ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ତାଙ୍କର ସ୍ୱାମୀର ମୃତ୍ୟୁ ପରେ ଏହି ନିର୍ଯ୍ୟାତନା ସୀମା ଟପିଥିଲା ବୋଲି ଅଭିଯୋଗ ହୁଏ । ଗୁରୁବାର ଶ୍ୱଶୁର ଘର ଲୋକେ ମୃତ ମହିଳାଙ୍କ ଘର ଲୋକଙ୍କୁ ଫୋନ୍ କରି ତାଙ୍କ ଝିଅ କୁଆଡେ ଫେରାର ହୋଇ ଯାଇଛି ବୋଲି କହିଥିଲେ । ଏହାପରେ ଶୁକ୍ରବାର ମହିଳାଙ୍କ ବାପ ଘର ଲୋକେ ତାଙ୍କ ଶ୍ବଶୁର ଘରେ ପହଞ୍ଚି ଝିଅର ମୃତଦେହ ଘର ଭିତରେ ପଡ଼ିଥିବା ଦେଖିବାକୁ ପାଇଥିଲେ ।

ମୃତ ମୀରା ପ୍ରଧାନଙ୍କ ମାଆ ସାବିତ୍ରୀ ପ୍ରଧାନ କହିଛନ୍ତି, ‘ଝିଅ ତିନି ଦିନ ତଳେ ଫୋନରେ କଥା ହୋଇଥିଲା । ଦିନକ ଆଗରୁ ସେ ବାପ ଘରକୁ ମଧ୍ୟ ଯାଇଥିଲେ । ଶ୍ୱଶୁର ଘରେ ରହି ମୀରା ପାଚିକା କାମ କରି ଯାହା ରୋଜଗାର କରୁଥିଲା ସେଥିରେ ଦୁଇ ଶିଶୁଙ୍କୁ ଚଳାଉଥିଲା । ହେଲେ ଶ୍ୱଶୁର ଘର ଲୋକ ବିବାହ ଦିନରୁ ତାକୁ ନିର୍ଯାତନା ଦେଉଥିବା ବେଳେ ଗୁରୁବାର ରାତିରେ ସେ ଫେରାର ହୋଇ ଯାଇଥିବାର କହିଥିଲେ । ଏହାପରେ ଝିଅର ମୃତଦେହ ଶ୍ବଶୁର ଘରେ ପଡିଥିବା ଦେଖିବାକୁ ପାଇଥିଲେ । ଶ୍ୱଶୁର ଘର ଲୋକେ ତାଙ୍କୁ ହତ୍ୟା କରିଛନ୍ତି । ମୋ ଝିଅକୁ ନ୍ୟାୟ ଦିଆ ଯାଉ ବୋଲି ସେ କହିଛନ୍ତି ।’

ସେହିପରି ମୃତ ମୀରା ପ୍ରଧାନର ସମ୍ପର୍କୀୟ ଝିଲି ପ୍ରଧାନ କହିଛନ୍ତି, ‘ମୋ ଭଉଣୀ ମୀରା ପ୍ରଧାନ ଦଶ ବର୍ଷ ପୂର୍ବରୁ ଏହି ଗ୍ରାମର ମାଣିକ ପ୍ରଧାନ ସହିତ ପ୍ରେମ ବିବାହ କରିଥିଲା । ବିବାହ ଦିନ ଠାରୁ ତାଙ୍କ ଶ୍ବଶୁର ଘର ଲୋକେ ଏହି ସଂପର୍କକୁ ସମ୍ମତି ନ ଦେଇ ତାଙ୍କ ଉପରେ ଅକଥନୀୟ ନିର୍ଯାତନା ଦେଇ ଆସୁଥିଲେ । ସେହିପରି ଗତ ଦୁଇ ବର୍ଷ ତଳେ ତାଙ୍କ ସ୍ୱାମୀର ମୃତ୍ୟୁ ପରେ ଏହି ଅତ୍ୟାଚାର ଆହୁରି ବଢିଥିଲା । ସେ ଅନ୍ୟ ଉପାୟ ନପାଇ ଶେଷରେ ସ୍କୁଲରେ ପାଚିକା ଭାବରେ କାମ କରି ନିଜ ପେଟ ପୋଷୁଥିଲା । ଶ୍ୱଶୁର ଘର ଲୋକେ ତାକୁ ହତ୍ୟା କରି ସେ ଫେରାର ଥିବାର ମିଛ ଖବର ଦେଇଥିଲେ ବୋଲି ସେ କହିଛନ୍ତି । ତେଣୁ ଦୋଷୀଙ୍କୁ ଗିରଫ ସହ ତାଙ୍କର ଦୁଇ ଶିଶୁଙ୍କର ଥଇଥାନ ଦାବି କରିଛନ୍ତି ।’

ସେପଟେ ଏହି ଅଭିଯୋଗ ଆସିବା ପରେ ବଲାଙ୍ଗୀର ସଦର ପୋଲିସ୍ ତଦନ୍ତ ଆରମ୍ଭ କରିଛି । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡ଼ିବ । ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ପୋଲିସ୍ ସୂଚନା ଦେଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.