ETV Bharat / state

ଝିଅ ଅଜାତିରେ ବାହା ହେବାରୁ ମାଆର ମୃତଦେହକୁ ମିଳିଲାନି କାନ୍ଧ

ଝିଅ ଅଜାତିରେ ବାହା ହେବାରୁ ମାଆର ମୃତଦେହକୁ ଛୁଇଁଲେନି ସମ୍ପର୍କୀୟ । ଅନ୍ତିମ ସତ୍କାର କଲେ ଯୁବ ସମାଜସେବୀ ଓ ସରପଞ୍ଚ । ପଢନ୍ତୁ ପୁରା ଘଟଣା

ଜାତିପ୍ରଥା ପାଇଁ ମୃତଦେହକୁ ମିଳିଲାନି କାନ୍ଧ
ଜାତିପ୍ରଥା ପାଇଁ ମୃତଦେହକୁ ମିଳିଲାନି କାନ୍ଧ
author img

By

Published : Jul 21, 2023, 12:10 PM IST

ନବରଙ୍ଗପୁର: ଜାତିପ୍ରଥା ଆଗରେ ମରିଗଲା ମାନବିକତା । ଝିଅ ଅଜାତିରେ ବାହା ହୋଇଥିବାରୁ ମାଆର ମୃତଦେହକୁ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ । ଅନ୍ତିମ ସଂସ୍କାର କରିବାକୁ ଆସିଲେନି ସାହିଭାଇ । ଏହିଭଳି ଏକ ହୃଦୟ ବିଦରକ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ପଞ୍ଚାୟତର ଖାତିଗୁଡା ଅଞ୍ଚଳରୁ । ସମ୍ପର୍କୀୟ ନ ଆସିବାରୁ ଶେଷରେ ସ୍ଥାନୀୟ ଅଞ୍ଚଳର କିଛି ଯୁବ ସମାଜସେବୀ ମୃତଦେହକୁ କାନ୍ଧ ଦେଇ ହିନ୍ଦୁ ରୀତିନୀତିରେ ଶେଷକୃତ୍ୟ କରିଛନ୍ତି ।

ଘଟଣା ଅନୁସାରେ, ଖାତିଗୁଡା ଗାଁରେ ରହୁଥିବା ବିଧବା ମହିଳା ଲକ୍ଷ୍ମୀ ପାତ୍ର ପାଇକ ଜାତିର । ହେଲେ ତାଙ୍କ ଝିଅ ଯମୁନା ପାତ୍ର ପାଞ୍ଚ ବର୍ଷ ତଳେ ପିତାମ୍ବର ହରିଜନ ନାମକ ହରିଜନ ଜାତିର ପୁଅକୁ ପ୍ରେମ ବିବାହ କରିଥିଲେ । ବର୍ଷ ତଳେ ମାଆ ଲକ୍ଷ୍ମୀଙ୍କ ଦେହ ଅସୁସ୍ଥ ହୋଇଯାଇଥିଲା । ଘରେ କେବଳ ନାବାଳକ ସାନଭାଇ ଥିବାରୁ ଯମୁନା ବର୍ଷେ ହେଲା ମାଆ ପାଖରେ ରହି ସେବା ଶୁଶ୍ରୂଷା କରିଆସୁଥିଲେ । ଯମୁନାଙ୍କ ସ୍ୱାମୀ ପିତାମ୍ବର ହରିଜନ ମଧ୍ୟ ଅନେକ ସମୟରେ ଶ୍ବଶୁର ଘରକୁ ଯିବା ଆସିବା କରୁଥିଲେ । ଗତକାଲି ରାତିରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀର ମୃତ୍ୟୁ ହୋଇଯାଇଥିଲା । ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଖାତିଗୁଡା ସ୍ଥିତ ଘରକୁ ଅଣାଯାଇଥିଲା । ଅଜାତିରେ ବାହା ହୋଇଥିବାରୁ ମାଆର ମୃତଦେହକୁ ଛୁଇଁଲେ ସମ୍ପର୍କୀୟମାନେ କାଳେ ବିରୋଧ କରିବେ ବୋଲି ଝିଅ ଯମୁନା କେଉଁଆଡ଼େ ଚାଲି ଯାଇଥିଲେ । ତଥାପି କେହି ସମ୍ପର୍କୀୟ ମୃତଦେହ ପାଖ ମାଡିନଥିଲେ ।

ଏହାମଧ୍ୟ ପଢନ୍ତୁ: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମିଳିଲାନି ମହାପ୍ରୟାଣ ଗାଡି, ସାଇକେଲରେ ବୁହାହେଲା ମୃତଦେହ

ଲକ୍ଷ୍ମୀଙ୍କ ମରଶରୀର ନିକଟରେ କେବଳ ତାଙ୍କ ନାବାଳକ ପୁଅ ବସି ରହିଥିଲା । ହରିଜନ ଜାତିରେ ବାହା ହୋଇଥିବା ଝିଅକୁ ଘରେ ଆଣି ରଖିବା ଓ ତା' ହାତର ରନ୍ଧା ଖାଦ୍ୟ ଖାଇଥିବାରୁ ଲକ୍ଷ୍ମୀଙ୍କ ସମ୍ପର୍କୀୟମାନେ ମୃତଦେହ ଛୁଇଁବାକୁ ମନା କରିଦେଇଥିଲେ । ଦୀର୍ଘ ୧୧ ଘଣ୍ଟା କାଳ ମୃତଦେହ ଘରେ ପଡି ରହିବା ପରେ ପରଜାବାରଙ୍ଗପଦର ସରପଞ୍ଚଙ୍କ ସ୍ୱାମୀ ସଦା ଯାନୀ ସମ୍ପର୍କୀୟଙ୍କୁ ବୁଝାସୁଝା କରିବାକୁ ଅନେକ ଚେଷ୍ଟା କରିଥିଲେ । ହେଲେ କିଛି ଲାଭ ମିଳିନଥିଲା । ଏହାପରେ ସଦା ଯାନୀ ସ୍ଥାନୀୟ ଅଞ୍ଚଳରେ କିଛି ଯୁବ ସମାଜସେବୀଙ୍କ ସହାୟତାରେ ମୃତଦେହକୁ କାନ୍ଧେଇ ନେଇ ଇନ୍ଦ୍ରାବତୀ ଶ୍ମଶାନରେ ହିନ୍ଦୁ ରୀତିନୀତିରେ ଅନ୍ତିମ ସତ୍କାର କରିଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.