ETV Bharat / state

ଜୁଆ ଆଡ୍ଡା ଉପରେ ଚଢ଼ାଉ, କାର ଓ ବାଇକ ଜବତ ସହ 3 ଗିରଫ - nabarangapur district news

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରେ ଜୁଆ ଆଡ୍ଡାରେ ପୋଲିସ ଚଢାଉ । ଲକ୍ଷାଧିକ ଟଙ୍କା ସହ କାର ଓ ବାଇକ ଜବତ । 3 ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ....

ଜୁଆ ଆଡ୍ଡା ଉପରେ ଚଢ଼ାଉ, କାର ଓ ବାଇକ ଜବତ ସହ 3 ଗିରଫ

author img

By

Published : May 27, 2021, 3:04 AM IST

ନବରଙ୍ଗପୁର: ପାପଡାହାଣ୍ଡି ଥାନା ଅନ୍ତର୍ଗତ ଖୁଟୁଗୁଡା କାଜୁବାଡ଼ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୩ ଜଣ ଅଟକ ରଖିଥିବା ସହ କାର, ସ୍କୁଟି,ବାଇକ, ଏବଂ ୧ ଲକ୍ଷ ୩୦ ହଜାର ୫୦୦ ସହ ଟଙ୍କା ଜବତ କରିଛି ପୋଲିସ । ଅଟକ ହୋଇଥିବା ବ୍ୟକ୍ତି,ମଇଦଲପୁର ଗ୍ରାମର ଅଜୟ ବିଷୋୟୀ (୨୩) ଓ ମନୋଜ ସାହୁ (୩୪) ଛତିଶଗଡ଼ ରାଜ୍ୟ ଦେଓଭୋଗ ଜିଲ୍ଲା ଗରାଜବନ୍ଧ ଗ୍ରାମର କୈଳାଶ ସାହୁ ବୋଲି ସୂଚନା ମିଳିଛି ।

ଏସ୍ପି ପ୍ରହଲ୍ଲାଦ ସହାଇ ମିନାଙ୍କ ନିର୍ଦ୍ଦେଶ କ୍ରମେ ସନ୍ଧ୍ୟା ୭ ଟା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପାପଡାହାଣ୍ଡି ଏସ୍ଡ଼ିପିଓ ଆଦିତ୍ୟ ସେନ, ଆଇଆଇସି ସୂବେନ୍ଦୁ ଶବର, ଏସଆଇ ଅନାମ ଦିଆନ ଏଏସଆଇ ସୁବେନ୍ଦୁ କୁମାର ବେହେରା, ପି.କେ.ପାଞ୍ଜିଆ ଏକ ଟିମ ଖୁଟୁଗୁଡା କାଜୁବାଡ଼ରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଡାଉ କରିଥିଲେ । ସେଠାରେ ୩ ଜଣ କୁ ଅଟକ ରଖିବା ସହ କାର, ସ୍କୁଟି, ବାଇକ ସହ ୧ ଲକ୍ଷ୍ୟ,୩୦ ହଜାର ୫୦୦ ସହ ଟଙ୍କା ୩ଟି ମୋବାଇଲ ,୩ଟି ତାସ ଜବତ କରିଛନ୍ତି ।

ପୋଲିସ ଚଡାଉ ସମୟରେ ଆଉ କିଛି ଜୁଆଡି ଛତ୍ରଭଙ୍ଗ ହୋଇଥିଲେ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହି ଚଡାଉ ସମୟରେ ଗୃହରକ୍ଷୀ ନରେଶ ବିଷୋୟୀ, ପ୍ରଫୁଲ୍ଲ ହରିଜନ ମଧ୍ୟ ଉପସ୍ଥିତ ରହିଥିଲେ । ଏନେଇ ପାପଡାହାଣ୍ଡି ଥାନାରେ କେଶ ନଂ- ୭୫/୨୧ ରେ ମାମଲା ରଜୁ କରି ତଦନ୍ତ ଆରମ୍ଭ କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.